IBN ଓଡ଼ିଶା ବ୍ୟୁରୋ

କୁକୁର ମାନଙ୍କୁ ଦ୍ଵାପର ଯୁଗରେ ମିଳିଥିଲା ଏପରି ଏକ ଅଭିଶାପ, ଯାହା ସେମାନଙ୍କୁ ଏବେ ମଧ୍ୟ ଭୋଗିବାକୁ ପଡୁଛି। ଏବେ ମଧ୍ୟ ସେମାନଙ୍କୁ ଯୌନ କ୍ରିୟା ସମସ୍ତଙ୍କ ସାମ୍ନାରେ କରିବାକୁ ପଡୁଛି। ତେବେ ଆସନ୍ତୁ ଜାଣିବା କୁକୁରମାନଙ୍କୁ ଏପରି କରିବାର ଅଭିଶାପ କିଏ ଏବଂ କାହିଁକି ଦେଇଥିଲେ।

ପୌରାଣିକ ବିଶ୍ୱାସ ଅନୁଯାୟୀ, ଅନେକ ସାଧୁ ଓ ମଣିଷମାନେ କ୍ରୋଧିତ ହେଲେ ଅଭିଶାପ ଦେଇଦେଉଥିଲେ କିନ୍ତୁ ମହାଭାରତ ସମୟରେ ଏପରି ଅନେକ ଅଭିଶାପ ଦିଆଯାଇଥିଲା ଏବଂ ଆଜି ମଧ୍ୟ ଏହାର ପ୍ରଭାବ ପୃଥିବୀରେ ଦୃଶ୍ୟମାନ ହେଉଛି। ପାଣ୍ଡବଙ୍କ ପତ୍ନୀ ଦ୍ରୋପଦୀ ଚରିତ୍ର ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ପାଞ୍ଚାଳ ରାଜ୍ୟ ନାମକୁ ଆଧାର କରି ଦ୍ରୋପଦୀଙ୍କୁ ପାଞ୍ଚାଳି ମଧ୍ୟ କୁହାଯାଏ। ଦ୍ରୋପଦୀ ପଞ୍ଚୁ ପାଣ୍ଡବଙ୍କୁ ବିବାହ କରିଥିଲେ, ଏହା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ଅଛି। କିନ୍ତୁ ବିବାହ ପରେ ପାଣ୍ଡବଙ୍କୁ ତାଙ୍କର ଅନେକ ସର୍ତ୍ତ ଅନୁସରଣ କରିବାକୁ ପଡିଲା। ମହାଭାରତ ରେ ଦ୍ରୋପଦୀଙ୍କ ଚରିତ୍ର ର ଅନେକ ଗୁରୁତ୍ବ ରହିଛି। ଏହି ମହାକଥା ରେ ଦ୍ରୋପଦୀ ଙ୍କ ପ୍ରତି ଯେତିକି ଅନ୍ୟାୟ କରାଯାଇ ଥିଲା, ସେପରି ତାହା ଆଉ କାହା ସହ କରାଯାଇନଥିବ।

ଆଜି ମହାଭାରତରେ ଅନେକ କାହାଣୀ ପ୍ରଚଳିତ ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଦ୍ରୋପଦୀ କୁକୁରମାନଙ୍କୁ ଅଭିଶାପ ଦେବା କଥା।ଦ୍ରୋପଦୀଙ୍କ ଦ୍ଵାରା ଦିଆଯାଇଥିବା ଅନେକ ଅଭିଶାପ ଏପର୍ଯ୍ୟନ୍ତ ପୃଥିବୀ ଉପରେ ପ୍ରଭାବ ପକାଉଛି। ଯେତେବେଳେ ଦ୍ରୋପଦୀ ପାଣ୍ଡବଙ୍କ ସହିତ ବିବାହ କରିଥିଲେ, ସେତେବେଳେ ଦ୍ରୋପଦୀ ଏକ ସର୍ତ୍ତ ରଖିଥିଲେ ଯେ ଏକ ସମୟରେ କେବଳ ଜଣେ ଭାଇ ଦ୍ରୋପଦୀଙ୍କ କୋଠରୀରେ ପ୍ରବେଶ କରିବେ। ଯିଏ କୋଠରୀରେ ପ୍ରବେଶ କରିବେ ସେ ତାଙ୍କର ଜୋତା ବାହାରେ କବାଟ ପାଖରେ ଛାଡିଦେବ। ଏହି ନିୟମର ଉଲ୍ଲଂଘନ ହେଲେ ଦୋଷୀକୁ ତୁରନ୍ତ ଏକ ବର୍ଷ ପାଇଁ ବନବାସ ହେବାକୁ ପଡ଼ିବ। ଦିନେ ଯୁଧିଷ୍ଠିର ଦ୍ରୋପଦୀ କୋଠରୀରେ ଥିଲାବେଳେ ଗୋଟିଏ କୁକୁର କବାଟ ବାହାରେ ଥିବା ଜୋତାକୁ ନେଇଯାଇଥିଲା।

ଏହା ପରେ ଅର୍ଜୁନ ଅଜାଣତରେ ଦ୍ରୋପଦୀଙ୍କ କକ୍ଷରେ ପ୍ରବେଶ କରି ନେଇଥିଲେ ଏବଂ ଦ୍ରୋପଦୀଙ୍କ ସହ ତାଙ୍କ ବଡ଼ ଭାଇଙ୍କୁ ଦେଖିଦେଇଥିଲେ ଏବଂ ସର୍ତ୍ତ ଅନୁଯାୟୀ ଅର୍ଜୁନଙ୍କୁ ଏକ ବର୍ଷ ପାଇଁ ବନବାସ ଭୋଗିବାକୁ ପଡିଥିଲା। ଦ୍ରୋପଦୀ ଏହା ଦ୍ୱାରା ଅତ୍ୟଧିକ ଲଜ୍ଜିତ ଅନୁଭବ କଲେ ଏବଂ ଯୁଧିଷ୍ଠିରଙ୍କ ଜୋତା ଚୋରି କରିଥିବା କୁକୁର ଉପରେ ତାଙ୍କର ସମସ୍ତ କ୍ରୋଧ ପ୍ରକାଶ କଲେ। ସେ ସମସ୍ତ କୁକୁର ଜାତିକୁ ଅଭିଶାପ ଦେଇଥିଲେ ଯେ ‘ସମସ୍ତ ଲଜ୍ଜା ଭୁଲିଯାଇ, ସମଗ୍ର ବିଶ୍ୱ ତୁମକୁ ସାର୍ଵଜାନିକ ଭାବେ ଯୌନ କ୍ରିୟା କରିବାର ଦେଖିବ।

Related Articles

Leave a Reply

Your email address will not be published. Required fields are marked *

Back to top button