IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀର ଏହି ଗୋଟିଏ କାମ, ସ୍ଵାମୀଙ୍କୁ କରିଦିଏ କୋଟିପତି…ଆଉ ଆପଣଙ୍କ ସ୍ତ୍ରୀ ?

। ସୂର୍ଯ୍ୟ ଦେବ ସକଳ ଶକ୍ତି ର ଆଧାର ହୋଇଥାନ୍ତି । ଯେଉଁ ମାନେ ପ୍ରତିଦିନ ସକାଳେ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାନ୍ତି, ସେମାନଙ୍କର ବହୁତ ମଙ୍ଗଳ ହୋଇଥାଏ । ଏହାସହ ସେହି ବ୍ୟକ୍ତି ମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା କୁ ପ୍ରାପ୍ତ ହୋଇଥା’ନ୍ତି । ବନ୍ଧୁଗଣ ସୂର୍ଯ୍ୟ ଦେବ ହେଉଛନ୍ତି ଏହି ଧରାପୁଷ୍ଠ ର ଜ୍ଵଳନ୍ତ ବା ପ୍ରତ୍ଯେକ୍ଷ ଦେବତା । ବହୁ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ କି,

 

କ’ଣ ସ୍ତ୍ରୀ ଲୋକ ମାନେ ସୂର୍ଯ୍ୟ ଦେବଙ୍କୁ ଜଳ ଦେଇ ପାରିବେ । ତାହାଛଡା ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ କେଉଁ କେଉଁ ବିଷୟ ଉପରେ ଧ୍ୟାନ ଦେବା ଉଚିତ୍ । ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କୁ ସମସ୍ତେ ଜଳ ଅର୍ଘ୍ୟ ଦେଇ ପାରିବେ ।

ଯଦି କେହି ନାରୀ ଧର୍ମ କର୍ମ କରିଥାଏ ତେବେ ସେହି ଧର୍ମ ର ଫଳ ସେହି ନାରୀ ର ଘର ଲୋକଙ୍କୁ ପ୍ରାପ୍ତ ହୋଇଥାଏ । ଏବଂ ସେହି ନାରୀ ର ଘରେ ସବୁବେଳେ ସୁଖ ଶାନ୍ତି ସ୍ଥିର ହୋଇ ରହିଥାଏ । ବନ୍ଧୁଗଣ ଯେଉଁ ନାରୀ ମାନେ ବିବାହ ପୂର୍ବରୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି । ସେହି ନାରୀ ମାନେ ଯେଉଁ ଘରକୁ ବିବାହ ହୋଇ ଯାଇଥାନ୍ତି ସେହି ଘରେ ନିଜ ସହ ସୁଖ ସମୃଦ୍ଧି କୁ ମଧ୍ୟ ନେଇ ଯାଇଥାନ୍ତି ।

 

ଦି ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଦେଇଥାନ୍ତି, ତେବେ ସେମାନଙ୍କ ଘର ସବୁବେଳେ ସକରାତ୍ମକତା ରେ ଭରି ରହିଥାଏ । ତାହାସହ ସେହିମାନେ ସବୁ ସ୍ଥାନରେ ମାନ ସମ୍ମାନ ମଧ୍ୟ ଲାଭ କରିଥାନ୍ତି । ସେମାନଙ୍କର ସ୍ଵାମୀ, ସନ୍ତାନ ମଧ୍ୟ ଦୀର୍ଘାୟୁ ହେବା ସହ ଆଜୀବନ ସୁଖ ସମୃଦ୍ଧିର ସହ ବାସ କରିଥାନ୍ତି । ବନ୍ଧୁଗଣ ନାରୀ ମାନଙ୍କୁ ଧର୍ମ ର ଧ୍ଵଜା ବୋଲି କୁହାଯାଇଥାଏ । ତେଣୁ ନାରୀ ମାନଙ୍କୁ ଧର୍ମ ର କୌଣସି କଥା ରୁ ବାତ ପଡିବା କଥା ନୁହେଁ ।

ବନ୍ଧୁଗଣ ଯଦି ଆପଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି, ତେବେ କିଛି ଜିନିଷ ଉପରେ ବିଶେଷ ଗୁରୁତ୍ଵ ଦେବାକୁ ପଡିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କେଶ ଖୋଲି ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ଵାରା ଘରକୁ ଦରିଦ୍ରତା ମାଡି ଆସିଥାଏ । ସ୍ତ୍ରୀ ମାନେ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ଵାରା ସ୍ବାମୀର ଆୟୁ ବଢିବା ସହ ସ୍ଵାମୀଙ୍କର ବ୍ୟାପାରରେ ମଧ୍ୟ ଆୟର ବୃଦ୍ଧି ହୋଇଥାଏ । ତାହାଛଡା ବନ୍ଧୁଗଣ ବିବାହିତ ନାରୀ ମାନେ ଖାଲି କପାଳ ବା ମଥାରେ ବିନା ସିନ୍ଦୁର ଲଗାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା କଥା ନୁହେଁ ।

 

ତାହାଛଡା ଓଦା ବସ୍ତ୍ର ଧାରଣ କରି ସୂର୍ଯ୍ୟଙ୍କୁ ଜଳ ଦିଆଯାଏ ନାହିଁ । କଳା ବସ୍ତ୍ର ଧାରଣ କରି ସୂର୍ଯ୍ୟ ନାରାୟଣ ଙ୍କୁ ଜଳ ଦେବା ଉଚିତ୍ ନୁହେଁ । ଆପଣ କୌଣସି ହଳଦିଆ କିମ୍ବା ଲାଲ ବସ୍ତ୍ର ଧାରଣ କରି ଜଳ ଦେବେ ଯଦି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।  ବନ୍ଧୁଗଣ ସୂର୍ଯ୍ୟଙ୍କୁ ଜଳ ଦେବା ପାଇଁ ଆପଣ କୌଣସି ଧାତୁର ପାତ୍ର ନେଇ ପାରିବେ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ଜଳ ଦେବା ପାଇଁ ତମ୍ଭା ପାତ୍ର କୁ ସର୍ବୋଚ ମନେ କରାଯାଇଛି ।

ତାହା ସହ ଆପଣ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଏକ ଶୁଦ୍ଧ ପାତ୍ର ନେଇ ପ୍ରଥମେ ସେଥିରେ କିଛି ଗଙ୍ଗା ଜଳ, ଏହାପରେ ସେଥିରେ ସ୍ଵଚ୍ଛ ଜଳ ଭରି ନିଅନ୍ତୁ । ସୌଭାଗ୍ୟ ପ୍ରାପ୍ତି ପାଇଁ ସେହି ଜଳରେ କିଛି ସିନ୍ଦୁର ଓ ସନ୍ତାନ ର ସମୃଦ୍ଧି ପାଇଁ କିଛି ଦୁବ ଘାସ ମଧ୍ୟ ପକାଇପାରିବେ । ଏବଂ ଅଖଣ୍ଡ ସୁଖ ଶାନ୍ତି ପାଇଁ ଅକ୍ଷତ ରୂପେ କିଛି ହଳଦୀ ଚନ୍ଦନ ମିଶ୍ରିତ ଅରୁଆ ଚାଉଳ ପକାଇ ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ ।

 

ଗ୍ରହ ମାନଙ୍କର ଶାନ୍ତି ନିମନ୍ତେ ଏଥିରେ କିଛି କଳା ରାଶି ମଧ୍ୟ ଦେଇ ପାରିବେ । ବନ୍ଧୁଗଣ ସୂର୍ଯ୍ୟ ଭଗବାନଙ୍କୁ ଲାଲ ମନ୍ଦାର ଖୁବ ପ୍ରିୟ ହୋଇଥାଏ । ତାହାସହ ଗୁଡ ମଧ୍ୟ ତେଣୁ ଆପଣ ଶେଷ ରେ ସେହି ଜଳରେ କିଛି ଗୁଡ ଓ  ଲାଲ ମନ୍ଦର ଦେଇ ସେହି ଜଳ କୁ ଅର୍ଘ୍ୟ ରୂପେ ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରନ୍ତୁ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ର ୩ ଘଣ୍ଟା ମଧ୍ୟରେ ଜଳ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button