ଦେଶ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ ହେଲେ ନୀତା ଅମ୍ବାନୀ – Ibnodisha

[ad_1]

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ରୋଟାରୀ କ୍ଲବ ଅଫ ବମ୍ବେ ପକ୍ଷରୁ ୨୦୨୩-୨୪ ସମ୍ମାନଜନକ ‘ସିଟିଜନ୍ ଅଫ ମୁମ୍ବାଇ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏନେଇ ରିଲାଏନ୍ସ ଫାଉଣ୍ଡେସନ ଟୁଇଟ କରି ଏହି ସୂଚନା ଦେଇଛି।

ନୀତା ଅମ୍ବାନୀଙ୍କୁ ଏହି ପୁରସ୍କାର ପରିବର୍ତ୍ତନଶୀଳ ଅନୁଷ୍ଠାନ ଜରିଆରେ ସ୍ୱାସ୍ଥ୍ୟସେବା, ଶିକ୍ଷା, କ୍ରୀଡା, କଳା, ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କ ଅବଦାନକୁ ‌‌ଦେଖି ପ୍ରଦାନ କରାଯାଇଛି।
ନୀତା ଅମ୍ବାନୀ ଇଣ୍ଡିଆନ୍ ପ୍ରିମିୟର ଲିଗର ଅନ୍ୟତମ ସଫଳ କ୍ରିକେଟ୍ ଦଳ ଅମ୍ବାନୀ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ। ସେ ଇଣ୍ଡିଆନ୍ ସୁପର ଲିଗ୍ ଆରମ୍ଭ କରିଥିବା ଫୁଟବଲ୍ ସ୍ପୋର୍ଟସ୍ ଡେଭଲପମେଣ୍ଟ ଲିମିଟେଡର ପ୍ରତିଷ୍ଠାତା ଚେୟାରମ୍ୟାନ୍ ତଥା ପିଲାମାନଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା ପାଇଁ ସମସ୍ତ ପଦକ୍ଷେପର ମୁଖ୍ୟ ମଧ୍ୟ ରହିଛନ୍ତି।

କେବଳ ଏତିକି ନୁହେଁ ନୀତା ଏମଆଇ ନ୍ୟୁୟର୍କର ମଧ୍ୟ ମୁଖ୍ୟ ରହିଛନ୍ତି। ଯାହାକି ଏକ ମେଜର ଲିଗ୍ କ୍ରିକେଟର ଉଦଘାଟନୀ ସଂସ୍କରଣରେ ଜିତିଥିଲା। ଏହା ଏକ ପେସାଦାର ଆମେରିକୀୟ ଟି -୨୦ ଲିଗ୍।

ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ୍ ଅନୁଯାୟୀ ନୀତା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ନ୍ୟୁୟର୍କର ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ ବୋର୍ଡର ସମ୍ମାନିତ ଟ୍ରଷ୍ଟି ଭାବରେ ମନୋନୀତ ହୋଇଛନ୍ତି।

ଏଥିସହିତ ମୁମ୍ବାଇର ସାର୍.ଏଚ୍.ଏନ. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ର ମାଧ୍ୟମରେ ନୀତା ଅମ୍ବାନୀ ସମସ୍ତ ଭାରତୀୟଙ୍କ ପାଇଁ ସୁଲଭ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଉପଲବ୍ଧ କରାଉଛନ୍ତି। ରୋଟାରୀ କ୍ଲବ ଅଫ ବମ୍ବେ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନଜନକ ପୁରସ୍କାର ସମାଜରେ ଭିନ୍ନଭିନ୍ନ କ୍ଷେତ୍ରରେ ଉ‌ଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରଦାନ କରାଯାଏ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button