ଦେଶ

ହାତୀ ମୃତ୍ୟୁ ମାମଲା ନେଇ ତାଗିଦ: ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ : କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା ସ୍ଥାନୀୟ ପ୍ରସଙ୍ଗ ଯାହାକୁ ହାଇକୋର୍ଟ ବିଚାର କରିପାରିବେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟେକ ମାମଲା ଉପରେ ନଜର ରଖି କୋର୍ଟକୁ ନିଷ୍କ୍ରିୟ କରିପାରିବେ ନାହିଁ।ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି, ଯଦି ହାଇକୋର୍ଟରେ ମାମଲାକୁ ନେଇ କୌଣସି ବଡ଼ ଭୁଲ ନିଷ୍ପତ୍ତି ନିଅନ୍ତି, ଆମେ ଏହାକୁ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ରହିଛି। ଯଦି ପ୍ରତ୍ୟେକ ମାମଲା ସୁପ୍ରିମକୋର୍ଟରେ ପହଞ୍ଚେ ତେବେ ଆମେ କିପରି ଦେଶ ଚଳାଇ ପାରିବୁ ବୋଲି କହିଛନ୍ତି ପ୍ରଧାନ ବିଚାରପତି।ସୂଚନା ଥାଉକି ଜଣେ ବ୍ୟକ୍ତିଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିୟୁ ସିଂ ପ୍ରଥମେ କେରଳରେ ବନ୍ଦୀ ହାତୀ ମୃତ୍ୟୁ ଏବଂ ନିୟମ ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥିଲେ। ଏହି ମାମଲାରେ ତୁରନ୍ତ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା। ସିଂ କହିଥିଲେ ଫେବୃଆରୀ ୨୦୧୯ ରୁ ନଭେମ୍ବର ୨୦୨୨ ମଧ୍ୟରେ ଅବହେଳା ଯୋଗୁଁ ୧୩୫ ହାତୀଙ୍କର ମୃତ୍ୟୁ ଘଟିଛି। ଏହା ଉପରେ ବେଞ୍ଚ ସିଂଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଏହା ମଧ୍ୟ କହିଛନ୍ତି ସେଠାରେ ଥିବା ବିଚାରପତିମାନେ ସ୍ଥାନୀୟ ପରିସ୍ଥିତି ଜାଣିଛନ୍ତି।ଅନ୍ୟପଟେ ଏହି ମାମଲା କେବଳ ସୁପ୍ରିମକୋର୍ଟରେ ଶୁଣାଣି କରାଯିବା ଉଚିତ ବୋଲି ଜୋର ଦିଆଯାଇଥିଲା। ହେଲେ ଏହା ଉପରେ ବେଞ୍ଚ କହିଥିଲେ, ସୁପ୍ରିମକୋର୍ଟଙ୍କୁ ନିଷ୍କ୍ରିୟ କରିବା ପାଇଁ ଆମେ ଏଠାରେ ସବୁକିଛି ବିଚାର କରିପାରିବୁ ନାହିଁ। ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ବିଚାର କରିବା ସମ୍ଭବ ନୁହେଁ। ଯେତେବେଳେ ଲିଖିତ ଆବେଦନ ତାଲିକାଭୁକ୍ତ ହେବ ସେତେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟସ୍ଥି ଶୁଣାଣି କରିହେବ। ପ୍ରଧାନ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟର ଭୂମିକା ବୁଝିବା ଆବଶ୍ୟକ ବୋଲି କହିଥିଲେ। ତେବେ ଡିସେମ୍ବରରେ ଶୁଣାଣି ପାଇଁ ବେଞ୍ଚ ଏହାର ମୁଖ୍ୟ ବିଷୟକୁ ତାଲିକାଭୁକ୍ତ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button