ମନ୍ଦିର କୌଣସି ପର୍ଯ୍ୟଟନ କିମ୍ବା ପିକ୍ନିକ୍ ସ୍ପଟ୍ ନୁହେଁ : ଡ୍ରାସ ହାଇକୋର୍ଟ – Ibnodisha

[ad_1]
ମଦୁରାଇ : ମଙ୍ଗଳବାର ଦିନ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, ମନ୍ଦିର କୌଣସି ପର୍ଯ୍ୟଟନ କିମ୍ବା ପିକ୍ନିକ୍ ସ୍ପଟ୍ ନୁହେଁ । ଅଣହିନ୍ଦୁମାନଙ୍କ ପାଇଁ କୋଡିମାରାମ ଆଗକୁ ମନ୍ଦିରରେ ପ୍ରବେଶ ନିଷେଧ ବୋଲି ରାଜ୍ୟର ସମସ୍ତ ମନ୍ଦିରରେ ବୋର୍ଡ ଲଗାଇବାକୁ ତାମିଲନାଡୁର ସମସ୍ତ ହିନ୍ଦୁ ଧାର୍ମିକ ଏବଂ ଧର୍ମାନୁଷ୍ଠାନ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଡିମାରାମ ମୁଖ୍ୟ ପ୍ରବେଶ ଦ୍ୱାରର ତୁରନ୍ତ ପରେ ଏବଂ ଗର୍ଭଗୃହର ବହୁ ପୂର୍ବରୁ ଅବସ୍ଥିତ। ଯଦି କୌଣସି ଅଣହିନ୍ଦୁ ମନ୍ଦିରକୁ ଯାଆନ୍ତି, ତେବେ କର୍ତ୍ତୃପକ୍ଷ ସେହି ବ୍ୟକ୍ତିଙ୍କଠାରୁ ଏକ ପ୍ରତିଶ୍ରୁତିପତ୍ର ଲେଖାଇନେବେ ଯେଉଁଥିରେ ସେ ଘୋଷଣା କରିବେ ଯେ ତାଙ୍କର ଦେବତାଙ୍କ ଉପରେ ବିଶ୍ୱାସ ରହିଛି ଏବଂ ସେ ହିନ୍ଦୁଧର୍ମର ରୀତିନୀତି ଓ ପ୍ରଥାକୁ ଅନୁସରଣ କରିବେ ତଥା ମନ୍ଦିରର ରୀତିନୀତି ମଧ୍ୟ ପାଳନ କରିବେ। ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ରଖାଯାଇଥିବା ରେଜିଷ୍ଟରରେ ଏଭଳି ପ୍ରତିଶ୍ରୁତି ଲେଖାଇ ନିଆଯିବ ବୋଲି ଜଷ୍ଟିସ୍ ଏସ୍ ଶ୍ରୀମତୀ ରାୟ ଦେଇଛନ୍ତି। ମନ୍ଦିର ପାଦଦେଶରେ ଦୋକାନ ଚଳାଉଥିବା ଆବେଦନକାରୀ କହିଛନ୍ତି ଯେ କିଛି ଅଣହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୁକ୍ତି ବାଢ଼ିଥିଲେ ଯେ ଏହା ଏକ ପର୍ଯ୍ୟଟନସ୍ଥଳୀ ଏବଂ ଅଣହିନ୍ଦୁଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି କୌଣସି ସ୍ଥାନରେ ଲେଖାଯାଇ ନାହିଁ। ଅନ୍ୟପକ୍ଷରେ କୋର୍ଟ ରାୟକୁ କେବଳ ପାଲାନି ମନ୍ଦିର କ୍ଷେତ୍ରରେ ସୀମିତ ରଖିବାକୁ ତାମିଲନାଡୁ ସରକାରଙ୍କ ଅନୁରୋଧକୁ ଖାରଜ କରି ବିଚାରପତି କହିଛନ୍ତି ଯେ ଯେହେତୁ ଏକ ବୃହତ୍ ପ୍ରସଙ୍ଗ ଉଠିଛି, ତେଣୁ ଏହି ଆଦେଶ ରାଜ୍ୟର ସମସ୍ତ ମନ୍ଦିର ପାଇଁ ଲାଗୁ ହେବ।
[ad_2]