ଦେଶ

ବର୍ଷକରେ ୭୭୭ ଫିଲ୍ମ ଦେଖି ବିଶ୍ୱ ରେକର୍ଡ – Ibnodisha

[ad_1]

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ଫିଲ୍ମ ଦେଖିବାରେ ବିଶ୍ୱ ରେକର୍ଡ କରିଛନ୍ତି । ଏକବର୍ଷ ମଧ୍ୟରେ ସର୍ବାଧିକ ଫିଲ୍ମ ଦେଖିବାରେ ଏହି ବ୍ୟକ୍ତିଙ୍କ ନାମ ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଜାଚ୍ ସ୍ୱୋପ୍ ନାମକ ଏହି ବ୍ୟକ୍ତି ଜଣକ ଜୁଲାଇ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ମୋଟ ୭୭୭ଟି ଫିଲ୍ମ ଦେଖିଛନ୍ତି । ଏହା ପୂର୍ବରୁ ବର୍ଷକରେ ୭୧୫ ଫିଲ୍ମ ଦେଖିବାର ବିଶ୍ୱ ରେକର୍ଡ ଥିଲା ।

ଫ୍ରାନ୍ସ ନିବାସୀ ଭିନ୍‌ସେଣ୍ଟ୍ କ୍ରୋହନ୍ ଏହି ରେକର୍ଡର ଅଧିକାରୀ ଥିଲେ । ଏହି ବିଶ୍ୱ ରେକର୍ଡ କାଏମ ପାଇଁ ଜାପ୍ ସ୍ୱୋପ୍ ‘ମିନିୟନ୍ସ: ରାଇଜିଂ ଅଫ୍ ଗ୍ରୁ’ରୁ ଫିଲ୍ମ ଦେଖିବା ଆରମ୍ଭ କରି ‘ଇଣ୍ଡିୟାନା ଜୋନ୍ସ ଆଣ୍ଡ୍ ଦ ଡାଏଲଗ୍ ଅଫ୍ ଡେଷ୍ଟିନି’ ସହିତ ଏହି ଯାତ୍ରା ଶେଷ କରିଥିଲେ । ଏହା ମଧ୍ୟରେ ସେ ଭିନ୍ନ ଭିନ୍ନ ଫିଲ୍ମ ଦେଖିଥିଲେ । ଜାକ୍ ପୂର୍ଣ୍ଣକାଳୀନ ଚାକିରି କରୁଥିବା ଜାଚ୍ ଏହି ଆହ୍ୱାନକୁ ସ୍ୱୀକାର କରିଥିଲେ । ସେ ସପ୍ତାହର ପ୍ରତ୍ୟେକ ଦିନ ସକାଳ ୬ଟା ୧୫ରୁ ଅପରାହ୍ନ ୨ଟା ୪୫ ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ବିତାଇଥାନ୍ତି । ଏହାପରେ ତିନିଟି ଫିଲ୍ମ ଦେଖିବା ନିମନ୍ତେ ହଲ୍‌କୁ ଯାଇଥାନ୍ତି । ଜାଚ୍ ସପ୍ତାହାନ୍ତରେ ଅଧିକ ଫିଲ୍ମ ଦେଖୁଥିଲେ, ଯାହା ଫଳରେ ସେ ଏହି ରେକର୍ଡ ନିଜ ନାମରେ କରିପାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button