ଦେଶ

ଜାଣନ୍ତୁ ପାକିସ୍ଥାନ ର ପୁସ୍ତକରେ ପିଲାମାନଙ୍କୁ ଇତିହାସ ବିଷୟରେ କଣ କୁହାଯାଇଥାଏ? ବଦଳାଇ ଦିଆଯାଇଛି ସବୁକିଛି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଭାରତ ଓ ପାକିସ୍ଥାନ ମଧ୍ୟରେ କେଉଁ ପ୍ରକାରର ସମ୍ବନ୍ଧ ଅଛି କାହାକୁ ଅଛପା ନାହିଁ । ଏବେ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁତ ଗମ୍ଭୀର ପରିସ୍ଥିତି ଚାଲିଛି । ଦୁଇ ଦେଶର ମିଡିଆ ଜଣେ ଅନ୍ୟ ଜଣଙ୍କ ଉପରେ ବିଭିନ୍ନ ପ୍ରକାରର ଦୋଷ ଦେଉଛନ୍ତି । ୨୦୦ ବର୍ଷ ପର୍ଯ୍ୟନ୍ତ ଇଂରେଜ ମାନଙ୍କ ଗୁଲାମିରେ ରହିବା ପରେ ଭାରତ ଓ ପାକିସ୍ଥାନ ହାରାହାରି ୭୧ ବର୍ଷ ପୂର୍ବେ ସ୍ଵାଧୀନ ହୋଇଥିଲେ । କିନ୍ତୁ ତା ପୂର୍ବରୁ ଦୁଇଟି ଯାକ ଗୋଟିଏ ଦେଶ ଥିଲେ ।

ଏହା ମଧ୍ୟ ବିଶ୍ଵାସ ଯୋଗ୍ୟ କି ସ୍ଵାଧୀନତା ପୂର୍ବରୁ ଦୁଇ ଦେଶର ଇତିହାସ ସମାନ ଥିଲା କିନ୍ତୁ ଦୁଇ ଦେଶର ପିଲାମାନେ ଅଲଗା ଅଲଗା ଇତିହାସ ପଢିଥାନ୍ତି । ତେବେ ଚାଲନ୍ତୁ ଏବେ ଆପଣଙ୍କୁ ଜଣାଇବୁ କି ବିଭାଜନ, ସ୍ଵତନ୍ତ୍ରତା ଆନ୍ଦୋଳନ ବିଷୟରେ ପାକିସ୍ଥାନରେ କଣ ପଢା ଯାଇଥାଏ ।

କଥା ଯେତେବେଳେ କାଶ୍ମୀର ର ହୁଏ ତେବେ ଭାରତ ଓ ପାକିସ୍ଥାନ ଦୁଇଟି ଜାଗାରେ ତା ବିଷୟରେ ଅଲଗା ଅଲଗା ସୂଚନା ମିଳିଥାଏ । ଭାରତ ର ପୁସ୍ତକରେ କାଶ୍ମୀରକୁ ନେଇ ପଢାଯାଏ କି କାଶ୍ମୀର ର ରାଜା ହରି ସିଂହ ପୂର୍ବରୁ କୌଣସି ଦେଶ ସହିତ ରହିବାକୁ ଚାହୁଁ ନଥିଲେ, ସେ ନିଜର ଏକ ଅଲଗା ସାମ୍ରାଜ୍ୟ ଚାହୁଁଥିଲେ ।

କିନ୍ତୁ ଯେତେବେଳେ ଅନୈତିକ ପ୍ରବେଶକାରୀ ମାନେ ଆକ୍ରମଣ କଲେ ସେତେବେଳେ ହରି ସିଂହ ଭାରତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ପାକିସ୍ଥାନ ପୁସ୍ତକରେ ପଢାଯାଏ କି ହରି ସିଂହ ମୁସଲମାନଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଯାହା ପରେ କିଛି ଲୋକମାନେ କାଶ୍ମୀର ର ଏକ ବଡ ଅଂଶକୁ ସ୍ଵାଧୀନ କରି ଦେଇଥିଲେ, ତା ପରେ ହରି ସିଂହ ଭାରତ ସହିତ ମିଶିବାର ନିଷ୍ପତ୍ତି ନେଇଥିଲେ ।

ବିଭାଜନ କୁ ନେଇ ପାକିସ୍ଥାନ ପୁସ୍ତକରେ କୁହାଯାଏ କି ଦୁଇ ଦେଶର ବିଭାଜନରେ ହିନ୍ଦୁ ମାନଙ୍କର ଭୁଲ ଥିଲା, ତାଙ୍କର ଖରାପ ବ୍ୟବହାର କାରଣରୁ ଏହି ବିଭାଜନ ହୋଇଥିଲା । ବିଭାଜନ ସମୟରେ ଯେତେବେଳେ ଲୋକ ଭାରତ ଛାଡି ପାକିସ୍ଥାନ ଯାଉଥିଲେ, ସେତେବେଳେ ସେଠାକାର ମୁସ୍ଲିମ ମାନେ ତାଙ୍କୁ ସାହାର୍ଯ୍ୟ କରିଥିଲେ । ସେଇଠି ଯେଉଁ ମୁସଲିମ ମାନେ ପାକିସ୍ଥାନ ରୁ ଭାରତ ଆସୁଥିଲେ ତାଙ୍କୁ ଲୁଟା ଯାଉଥିଲା ଓ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ।

ଭାରତ ପୁସ୍ତକ ଅନୁସାରେ ଯେତେବେଳେ ଦୁଇ ଦେଶ ସ୍ଵାଧୀନ ହେଲେ ସେତେବେଳେ ମୁସଲିମମାନେ ଚାହୁଁଥିଲେ କି ଏମିତି ଏକ ସରକାର ଗଠନ କରାଯାଉ ଯାହା ପୂର୍ଣ୍ଣତଃ ଇସଲାମ ନିୟମ ଦ୍ଵାରା ଚାଲିବ । ସେ ଜାଣିଥିଲେ କି ଭାରତରେ ହିନ୍ଦୁଙ୍କ ସଂଖ୍ୟା ଅଧିକ, ଏଥିପାଇଁ ସେଠାରେ ହିନ୍ଦୁମାନଙ୍କୁ ଧ୍ୟାନରେ ରଖି ନିୟମ ତିଆରି ହେବ ଓ ଏହି ନିୟମରେ ମୁସଲମାନଙ୍କୁ ଅଛୁତ ନଜରରେ ଦେଖାଯିବ, ତା ସହିତ ମୁସଲମାନଙ୍କୁ ଡର ଥିଲା କି, ମୁସଲମାନ ମାନେ ହିନ୍ଦୁଙ୍କର ଗୁଲାମ ହୋଇଯିବେ ନାହିଁ ତ ।

ଯେଉଁଠି ଭାରତୀୟ ପୁସ୍ତକ ଅନୁସାରେ ମହାତ୍ମାଗାନ୍ଧି ଦେଶର ସ୍ଵାଧୀନତା ଓ ଏକତ୍ରିକରଣ ପକ୍ଷରେ ଥିଲେ କିନ୍ତୁ ପାକିସ୍ଥାନ ପୁସ୍ତକ ଅନୁସାରେ ମୁସ୍ଲିମ ଲିଗ ମୁସଲମାନଙ୍କର ଆତ୍ମସମ୍ମାନ ଓ ସ୍ଵତନ୍ତ୍ରତା ପାଇଁ ଲଢିଥିଲା, ଏଥିରେ ମହାତ୍ମା ଗାନ୍ଧୀଙ୍କର କୌଣସି ଯୋଗଦାନ ନଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button