୭ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ ଟିମ୍ – Ibnodisha
[ad_1]
ହାଇଦ୍ରାବାଦ : ଦୀର୍ଘ ୭ ବର୍ଷ ପରେ ଭାରତରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଦଳ । ବିଶ୍ବକପ୍ ଆରମ୍ଭ ପୂର୍ବରୁ ହାଇଦ୍ରାବାଦରେ ନିଜର ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ ଦଳ ।
ପାକିସ୍ତାନ ଦଳ ଦୁଇ ଦିନ ପୂର୍ବରୁ ଭାରତରେ ପହଞ୍ଚିବାର ଥିଲେ ବି ଭିସା ସମସ୍ୟା ଯୋଗୁଁ ସେମାନଙ୍କ ଆସିବା ବିଳମ୍ବିତ ହୋଇଥିଲା । ଭାରତ ସରକାର ଭିସା ଦେବାରେ ବିଳମ୍ବ କରୁଥିବାରୁ ତାହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ଗମ୍ଭୀର ଉଦବେଗ ପ୍ରକାଶ କରିଥିଲା। ତେବେ ସୋମବାର ସଂଧ୍ୟାରେ ଭିସା ମିଳିବା ପରେ ପାକିସ୍ତାନ ଟିମ ଭାରତ ଆସିବାର ପଥ ପରିଷ୍କାର ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ଫ୍ଲାଇଟ ନଥିବାରୁ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଟିମ ବୁଧବାର ସକାଳେ ଦୁବାଇରେ ପହଞ୍ଚିଥିଲା ଓ ସେଠାରୁ ଆଉ ଏକ ଫ୍ଲାଇଟ ଧରି ହାଇଦ୍ରାବାଦରେ ପହଞ୍ଚିଥିଲା । ବିଳମ୍ବରେ ପହଞ୍ଚିବା କାରଣରୁ ବୁଧବାର ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ଅଭ୍ୟାସ ମ୍ୟାଚ ଏବେ ୨୯ ତାରିଖ ଅର୍ଥାତ୍ ଶୁକ୍ରବାର ଖେଳାଯିବ।
ଶେଷ ଥର ପାଇଁ ୨୦୧୬ରେ ପାକିସ୍ତାନ ଦଳ ଭାରତ ଆସିଥିଲା । ସେହିବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ଟି୨୦ ବିଶ୍ବକପ ପାଇଁ ପାକିସ୍ତାନ ଦଳ ଭାରତ ଆସିଥିଲା । ପାକିସ୍ତାନ ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବାରୁ ଭାରତ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯାଉନାହିଁ ।
[ad_2]