ଦେଶ

ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଚାଲିଗଲା ହାଇଦ୍ରାବାଦ ଯୁବକଙ୍କ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ ମହମ୍ମଦ ଆସଫାନ ବୋଲି ଜଣା ପଡିଛି । ମହମ୍ମଦ ଆସଫାନ ରୁଷୀୟ ‌ସେନା ସହିତ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିଲେ। କୁହାଯାଉଛି ଯେ, ଜଣେ ଏଜେଣ୍ଟ ତାଙ୍କୁ ମିଛ କହି ରୁଷ ସେନାକୁ ହସ୍ତାନ୍ତର କରିବା ପରେ ମହମ୍ମଦ ଆସଫାନଙ୍କୁ ବିଭିନ୍ନ ପ୍ରକାରର ଧମକ ଦିଆଯାଇଥିଲା। ଧମକକୁ ଡରି ସେ ଯୁଦ୍ଧରେ ସାମିଲ ହୋଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମହମ୍ମଦ ଆସଫାନ ହାଇଦ୍ରାବାଦର ବାସିନ୍ଦା ହୋଇଥିବା ବେଳେ ଘରେ ପତ୍ନୀ ଓ ୨ପିଲା ରହୁଥିଲେ। ରୁଷ ସେନା ୭ଜଣ ଭାରତୀୟଙ୍କୁ ବାଧ୍ୟ କରି ଯୁଦ୍ଧ ଲଢ଼ିବାକୁ କହୁଥିବା ଖବର ସାମ୍ନାକୁ ଆସିବା ପରେ ମହମ୍ମଦ ଆସଫାନଙ୍କ ମୃତ୍ୟୁ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ସମୟ ତଳେ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଥି‌ଲା। ଭିଡିଓରେ ୭ଜଣ ପୁରୁଷ ରୁଷ ସେନାର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥିଲେ। ସେମାନେ ଏକ ବନ୍ଦ ଘରେ ଠିଆ ହୋଇଥିବା ବେଳେ ରୁମଟି ବହୁତ ଅପରିସ୍କାର ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ଏକ କୋଣରେ ଠିଆ ହୋଇଥିବାବେଳେ ହରିୟାଣାର ୧୯ ବର୍ଷ ବୟସ୍କ ହର୍ଷ ଭିଡିଓ ରେକର୍ଡ କରି ସେମାନଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସାହାଯ୍ୟ ମାଗୁଥିବା ଭିଡିଓରେ ଦେଖାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button