ଦେଶ

କ୍ରେମଲିନ୍ ସମ୍ମୁଖରେ ଜୋରଦାର ଦାବି କଲେ ରୁଷୀୟ ମହିଳା; ଯୁଦ୍ଧ ଲଢ଼ୁଥିବା ସ୍ୱାମୀ-ପୁଅ-ଭାଇଙ୍କୁ ୟୁକ୍ରେନ୍‌ରୁ ଫେରାଇ ଆଣ – Ibnodisha

[ad_1]

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ନିଦ ହଜାଇ ସାରିଲେଣି ତାଙ୍କ ସେନାରେ ସାମିଲ ଥିବା ସୈନିକ, ପଦାଧିକାରୀଙ୍କ ପତ୍ନୀ, ଭଉଣୀ ତଥା ମା’ମାନେ । ୟୁକ୍ରେନ୍ ମାଟିରେ ଯୁଦ୍ଧ ଲଢ଼ୁଥିବା ନିଜ ନିଜ ପୁଅ, ଭାଇ ତଥା ସ୍ୱାମୀଙ୍କୁ ତୁରନ୍ତ ଫେରାଇ ଆଣିବା ଦାବିରେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରୁଷୀୟ ମହିଳମାନେ । ଏପରିକି ଏମାନେ ପୁତିନ୍ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ସ୍ଥିତି ଏବେ ଏପରି ହୋଇଛି ଏହି ମହିଳା ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ରୁଷ୍ ସରକାର ଏବେ ସେମାନଙ୍କୁ ଗିରଫ କରୁଥିବା ମଧ୍ୟ ଜାଣିବାକୁ ମିଳିଛି । ଅଦ୍ୟାବଧି ୨୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ପୁଲିସ୍ ଦ୍ୱାରା ଗିରଫ ମଧ୍ୟ କରାଯାଇସାରିଛି । ବଡ଼ ଖବର ହେଉଛି ରୁଷୀୟ ସୈନିକଙ୍କ ସମ୍ପର୍କୀୟ ମହିଳାଙ୍କ ଏପ୍ରକାର ଆନ୍ଦୋଳନାତ୍ମକ ଦାବିକୁ ଦେଶର ପ୍ରାୟ ସବୁବର୍ଗର ଲୋକେ ସମର୍ଥନ କରିବା ସହ ସେମାନଙ୍କ ସହ ସାମିଲ ହୋଇ ରାଷ୍ଟ୍ରପତି ଭବନ ସମ୍ମୁଖରେ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ପ୍ରତିବାଦକୁ ସମର୍ଥନ କରୁଥିବା କେତେକ ରୁଷୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିନେଇଥିବା ଜଣାପଡିଛି ।

ପ୍ରକାଶ, ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରହିଛି । ଯୁଦ୍ଧକୁ ବର୍ତ୍ତମାନ ସୁଦ୍ଧା ୫୦୦ ଦିନ ପୂର୍ତ୍ତି ହୋଇସାରିଛି । ତେବେ ଯୁଦ୍ଧ ଯେତେ ଲମ୍ବା ହେଉଛି ରୁଷୀ ସୈନିକଙ୍କ ଘରକୁ ଆସିବା ମଧ୍ୟ ସେତେ ବିଳମ୍ବ ହେଉଛି । ଏହାକୁ ନେଇ ରୁଷୀ ସୈନିକଙ୍କ ପରିବାରଜନ ଏବେ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି ଏବଂ ସେମାନଙ୍କ ପୁଅ, ଭାଇ ତଥା ସ୍ୱାମୀଙ୍କୁ ତୁରନ୍ତ ଫେରାଇ ଆଣିବା ଦାବିକୁ ଜୋରଦାର କରିଛନ୍ତି । ଶନିବାର ଠାରୁ ଏହି ପ୍ରତିବାଦ ଆରମ୍ଭ ହୋଇଛି । ଶନିବାର ଦିନ ଏସବୁ ରୁଷୀୟ ସୈନିକଙ୍କ ପତ୍ନୀମାନେ ଏକଜୁଟ୍ ହୋଇ ରୁଷ୍ ରାଷ୍ଟ୍ରପତି ଭବନ କ୍ରେମଲିନ୍ ବାହାରେ ଏକଜୁଟ୍ ହେବା ସହ ସହିଦ୍ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ଲଢ଼େଇ କରୁଥିବା ସୈନିକଙ୍କୁ ଫେରାଇ ଆଣିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ରବିବାର ମଧ୍ୟ ମହିଳାମାନଙ୍କ ଏହି ଦାବି ତଥା ପ୍ରତିବାଦ ରୁଷ୍ ରାଷ୍ଟ୍ରପତି ଭବନ ସମ୍ମୁଖରେ ଜାରି ରହିଛି । ବିବିିସି ରିପୋର୍ଟ ଅନୁସାରେ ପ୍ରତିବାଦକାରୀ ମହିଳାମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେମାନେ କେବଳ ଚାହାନ୍ତି ସେମାନଙ୍କ ସ୍ୱାମୀ କିମ୍ବା ପୁଅ କିମ୍ବା ଭାଇ ସୁରକ୍ଷିତ ଭାବେ ଘରକୁ ଫେରିଆସନ୍ତୁ । ରାଷ୍ଟ୍ରପତି ଏଦିଗରେ କିଛି ବ୍ୟବସ୍ଥା କରିବା ଉଚିତ୍ ବୋଲି ଏହି ମହିଳାମାନେ ଦାବି କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button