ବଦଳିବ ଗୁଟ୍ଖା-ପାନ ମସାଲା ଉତ୍ପାଦନ ନିୟମ; ଏପ୍ରିଲ୍ ୧ରୁ ୧ଲକ୍ଷ ଜରିମାନା – Ibnodisha

[ad_1]
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ଗୁଟ୍ଖା ତଥା ପାନ୍ ମସାଲା ପ୍ରସ୍ତୁତକାରୀ କମ୍ପାନୀଙ୍କ ଉପରେ ଏକ ବଡ଼ଧରଣ ଚଡକ ପଡ଼ିବାକୁ ଯାଉଛି । ଭାରତ ସରକାର ଏସବୁ ଉତ୍ପାଦର ଉତ୍ପାଦନ କରୁଥିବା କମ୍ପାନୀଗୁଡିକଙ୍କ ପ୍ରତି ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବା ନେଇ ସୂଚନା ମିଳିଛି । ବାସ୍ତବରେ କେନ୍ଦ୍ର ସରକାର ଏକ ନୂଆ ନିୟମ ଆଣିବେ । ଏହି ନିୟମ ଅର୍ନ୍ତଗତ ଏସବୁ କମ୍ପାନୀଗୁଡ଼ିକ ଗୁଟଖା ତଥା ପାନ୍ମସାଲା ପାଇଁ ବ୍ୟବହାର ହେଉଥିବା ସେମାନଙ୍କ ସମସ୍ତ ନୂଆ ପୁରୁଣା ମେସିନାରୀଗୁଡ଼ିକୁ ମଧ୍ୟ ଜିଏସ୍ଟି ବ୍ୟବସ୍ଥା ଅନ୍ତର୍ଗତ ପଞ୍ଜୀକରଣ କରାଇବାକୁ ବାଧ୍ୟହେବେ । ଏପରି ନକଲେ କମ୍ପାନୀ ବିରୋଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ ।
ପ୍ରକାଶ, ପୁୂର୍ବରୁ ଜିଏସ୍ଟି ବ୍ୟବସ୍ଥା ସହ କେବଳ କମ୍ପାନୀ ନାମ ରେଜିଷ୍ଟ୍ରେସନ୍ କରାଯାଉଥିଲା । କିନ୍ତୁ ଏଣିକି ଏସବୁ କମ୍ପାନୀମାନେ ସମସ୍ତ ମେସିନାରୀ ଓ ପ୍ରଡକ୍ଟିଭିଟି ସମ୍ପର୍କରେ ସବିଶେଷ ତଥ୍ୟ ଜିଏସ୍ଟି ଅଧିନିୟମ ଅନ୍ତର୍ଗତ ଟିକସ ବ୍ୟବସ୍ଥା ସହ ସାମିଲ କରିବେ ଏବଂ ସେସବୁକୁ ପଞ୍ଜିକରଣ କରାଇବେ । ଏହାଦ୍ୱାରା ସେମାନେ ଦୈନିକ କେତେ ମାତ୍ରାରେ ଗୁଟ୍ଖା-ପାନ ମସାଲା ଉତ୍ପାଦନ କରୁଛନ୍ତି ସେସବୁର ସଠିକ୍ ତଥ୍ୟ ଜିଏସ୍ଟି କାର୍ଯ୍ୟାଳୟକୁ ମିଳିପାରିବ । ମେ।।ଟାମୋଟି ତମାଖୁ ତଥା ପାନ୍ ମସାଲା ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଜିଏସ୍ଟି ଫାଙ୍କି ବା ରାଜସ୍ୱ ଲିକେଜ୍ ହେଉଥିବା ନେଇ ଅଭିଯୋଗ ହେବା ପରେ ସରକାର ଏପ୍ରକାର ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଠାରୁ ଜିଏସ୍ଟି ପରିଷଦ ସୁପାରିଶକ୍ରମେ ଟିକସ ଅଧିକାରୀମାନେ ଏହି ପ୍ରକ୍ରିୟା କେତେକାଂଶରେ ଯଦିଓ ଆରମ୍ଭ କରିଛନ୍ତି, ତେବେ ଏନେଇ ଦଣ୍ଡବ୍ୟବସ୍ଥା ଲାଗୁ କରାଯାଇନଥିଲା । କିନ୍ତୁ ଏଣିକି ଏସବୁ ନିୟମକୁ କଡାକଡି ଭାବେ ପାଳନ ତଥା କାର୍ଯ୍ୟକାରୀ କରାଯିବ ଏବଂ ଏଥିରେ ଖିଲାପି ହେଲେ ଅର୍ଥଦଣ୍ଡ ମଧ୍ୟ ଲାଗୁ କରାଯିବ ।
[ad_2]