ରାଜ୍ୟ

ନିଜ ରାଶି ଅନୁସାରେ ଆପଣାନ୍ତୁ ଏହି ଉପାୟ, କରଜରୁ ପାଇବେ ମୁକ୍ତି

ଏହି ସମୟରେ ଅନେକ ଲୋକଙ୍କୁ ନିଜର ଚାକିରି ହରାଇବାକୁ ପଡିଛି। ସେହିପରି ଆଉ କିଛି ଲୋକଙ୍କୁ ନିଜର ବେପାର ବନ୍ଦ କରିବାକୁ ପଡିଛି। ତେବେ ଏହି ସମସ୍ୟା କାରଣରୁ ଲୋକମାନେ ପୁରୁଣା ଋଣ ସୁଝି ପାରିନାହାନ୍ତି ଏବେ ଆହୁରି ଋଣ ନେବା ପରୁସ୍ଥିତି ଆସିଗଲାଣି। ତେଣୁ ଏହି ପରିସ୍ଥିତିରେ ଆପଣଙ୍କୁ ପରିଶ୍ରମ କରିବା ସହିତ ଜ୍ୟୋତିଷଙ୍କ ସାହାଯ୍ୟ ନେବା ଜରୁରୀ। ଯାହାଦ୍ୱାରା ଆପଣ ଋଣ ଭାରରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ରାଶି ଅନୁସାରେ କରାଯାଉଥିବା ଏହି ଉପାୟ ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

moneyମେଷ : ମେଷ ରାଶିର ବ୍ୟକ୍ତିଙ୍କୁ ଗଶେଷଙ୍କୁ ପୂଜା କରିବା ଉଚିତ। ପ୍ରତିଦିନ ସକାଳୁ ଗଣପତି ମହାରାଜଙ୍କୁ ଫୁଲ ଅର୍ପଣ କରିବା ଆବଶ୍ୟକ।

ବୃଷ : ବୃଷ ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ପ୍ରତ୍ୟେକ ଦିନ ମା ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ କରିବା ଉଚିତ।

ମିଥୁନ : ମିଥୁନ ରାଶିର ବ୍ୟକ୍ତି ବିଶେଷ ହନୁମାନଙ୍କୁ ଆରାଧନା ଏବଂ ପୂଜା କରିବା ଆବଶ୍ୟକ। ଏହାସହିତ ପ୍ରତିଦିନ ସକାଳେ ଏବଂ ସଂନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।

କର୍କଟ : କର୍କଟ ରାଶିର ବ୍ୟକ୍ତିଙ୍କୁ ଗୁରୁବବାର ଦିନ କଦଳୀ ବୃକ୍ଷକୁ ପୂଜା କରିବା ଉଚିତ।

ସିଂହ : ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ବର ଗଛ ତଳେ ଦୀପ ଜଳାଇବା ଉଚିତ।

କନ୍ୟା : କନ୍ୟା ରାଶିର ଜାତକ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ।

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କୁ ଗୁରୁବାର ଦିନ ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ। ଏହାସହିତ ଏହି ଦିନ ହଳଦିଆ ବସ୍ତ୍ର ପରିଧାନ କରିବା ଆବଶ୍ୟକ।

tulasiବିଛା : ବିଛା ରାଶିର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ତୁଳସୀଙ୍କୁ ଜଳ ଅର୍ପଣ କରିବା ଉଚିତ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କୁ ନିତ୍ୟ ସକାଳ ଏବଂ ସଂନ୍ଧ୍ୟାରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ।

ମକର : ମକର ରାଶିର ଜାତକଙ୍କୁ ପ୍ରତିଦିନ ଗଣେଷଙ୍କୁ ପୂଜା କରିବା ଉଚିତ। ଏହାସହିତ ବୁଧବାର ଦିନ ଗଣେଷଙ୍କୁ ସବୁଜ ଅଳେଇଚ ଅର୍ପଣ କରିବା ଉଚିତ।

କୁମ୍ଭ : କୁମ୍ଭ ରାଶିର ଜାତକଙ୍କୁ ସୋମବାର ଦିନ ଶିବଲିଙ୍ଗ ଉପରେ ଗଙ୍ଗା ଜଳ ଅର୍ପଣ କରିବା
ଉଚିତ।

ମୀନ : ମୀନ ରାଶିର ବ୍ୟକ୍ତିକୁ ପ୍ରତ୍ୟେକ ଦିନ ସୂଯ୍ୟର୍ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button