‘ନୂଆ ଓ’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ୫-ଟି ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର; ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କର – Ibnodisha

[ad_1]
ଭୁବନେଶ୍ୱର: ଜୀବନରେ ବଡ଼ ହେବାକୁ ହେଲେ ବଡ଼ ସ୍ୱପ୍ନ ଦେଖ । ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କର । ବଡ଼ ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହୁଅ । ନୂଆପଡ଼ା ଗସ୍ତ ଅବସରରେ ‘ନୂଆ ଓ’ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ କାର୍ତ୍ତିକେୟନ । ସେ କହିଛନ୍ତି ଯେ, ଜିଲ୍ଲାର କଲେଜ ରୂପାନ୍ତର ପ୍ରକଳ୍ପ ଫେବୃଆରୀ ସୁଦ୍ଧା ଶେଷ ହେବ । ଏହି ଅବସରରେ ସେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ କାର୍ତ୍ତିକେୟନ ପାଣ୍ଡିଆନ ନୁଆପଡ଼ା ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସହ ମଧ୍ୟ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଶ୍ରୀ ପାଣ୍ଡିଆନ ମା’ ସୁନାଦେଇ ମନ୍ଦିର,ପାତାଳ ଗଙ୍ଗା, ଯୋଗେଶ୍ୱର ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କରିଛନ୍ତି । ଏଥିପାଇଁ ୧୨.୩୫ କୋଟି ବ୍ୟୟ ବରାଦ ହୋଇଥିବା ସେ ଘୋଷଣା କରିଛନ୍ତି । ଏହାପରେ ସେ କୋନାବିରାର ମେଗା ଲିପ୍ଟ ପ୍ରକଳ୍ପ ଏବଂ ବୋଡ଼େନ ଓ ସିନାପାଲିର ୬ ଅନ୍ୟାନ୍ୟ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଅଗ୍ରଗତିର ତଦାରଖ କରିଛନ୍ତି । ଏସବୁ ପ୍ରକଳ୍ପ ବାବଦରେ ମୋଟ୍ ୪୨୫.୪୩ କୋଟି ବ୍ୟୟ ହେଉଥିବାବେଳେ ୨୧,୨୬୯ ଏକରର ଏକ ଆୟାକଟ୍ କ୍ଷେତ୍ରକୁ ଜଳସେଚନ କରିବ । ୨୦୨୩ ମେ ମାସରେ ନୁଆପଡ଼ା ଗସ୍ତରେ ଦେଇଥିବା ଅଭିଯୋଗ ଓ ଦାବି ଉପରେ ଆଧାରରେ ଏସକୁ କାର୍ଯ୍ୟର ଅଗ୍ରତି ଘଟିିଛି । ଅନ୍ୟପକ୍ଷରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଏଥିସହ ଜିଲ୍ଲାର ୧୭.୭୪ କୋଟି ବ୍ୟୟରେ ଆମ ହସ୍ପିଟାଲ ପ୍ରକଳ୍ପ ଏବଂ ୩୦ କୋଟି ବ୍ୟୟରେ ନିର୍ମିତ ସୁନାବେଡ଼ ଠାରୁ କୋମନା ପର୍ଯ୍ୟନ୍ତ ରାସ୍ତା ଅଗ୍ରଗତିର ସମୀକ୍ଷା କରିଛନ୍ତି । ଶେଷରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରି ଧାର୍ଯ୍ୟ ସମୟରେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସ୍ପଷ୍ଟ କରିଛନ୍ତି ।
[ad_2]




