ଦେଶ

ଖାଇକୁ ଖସିଲା ଟ୍ୟାକ୍ସି; ୧୦ ମୃତ – Ibnodisha

[ad_1]

ଶ୍ରୀନଗ : ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ୟାକ୍ସି ଖାଇକୁ ଖସିପଡିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜମ୍ମୁରୁ ଶ୍ରୀନଗର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ୧୦ ଜଣ ଯାତ୍ରୀ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଜଣାପଡିନାହିଁ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଉଁ କାରଣରୁ ଦୁର୍ଘଟଣ ଘଟିଲା, ସେନେଇ ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button