ଦେଶ

ପୂର୍ବ ସରକାର ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଭରସା କରୁନଥିଲେ: ନମ୍ବି ନାରାୟଣ – Ibnodisha

[ad_1]

ନୂଆଦିଲ୍ଲୀ:  ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଥିଲେ। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳ ଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’। ଏହା ପରେ ‘ଚନ୍ଦ୍ରଯାନ-୩’ ଅବତରଣ କରିଥିବା ସ୍ଥାନକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶିବଶକ୍ତି ସ୍ଥଳ’ ଭାବେ ନାମିତ କରିଥିଲେ। ଚନ୍ଦ୍ରଯାନ-୩ ସଫଳ ହେବା ପରେ ଏବେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବି ନାରାୟଣ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପୂର୍ବରୁ ଥିବା ସରକାର ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଭରସା କରୁନଥିଲେ ଏବଂ ସେଥିପାଇଁ କୌଣସି ପରୀକ୍ଷଣ ପାଇଁ ସରକାର ସେତେବେଳେ ସାହାଯ୍ୟ କରିନଥିବା କହିଛନ୍ତି ନମ୍ବି ନାରାୟଣ। ଇସ୍ରୋର ପ୍ରାରମ୍ଭ ଦିନ ବିଷୟରେ ନମ୍ବି ନାରାୟଣ କହୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ବିଜେପି ମଧ୍ୟ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛି। ଭିଡିଓରେ, ପୂର୍ବତନ ଇସ୍ରୋ ବୈଜ୍ଞାନିକ ନମ୍ବି ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଇସ୍ରୋ ବିଶ୍ୱସନୀୟତା ହାସଲ କରିବା ପରେ ଯାଇ ସରକାର ଅର୍ଥ ପ୍ରଦାନ କରିଥିଲେ। ପ୍ରଥମେ ଆମ ପାଖରେ ଜିପ୍ ନଥିଲା। ଆମର କାର୍ ନଥିଲା। ଆମର କିଛି ନଥିଲା। ଏହାର ଅର୍ଥ ଆମକୁ କୌଣସି ବଜେଟ୍ ବଣ୍ଟନ କରାଯାଇ ନଥିଲା। କେବଳ ଗୋଟିଏ ବସ୍ ଥିଲା, ଯାହା ସିଫ୍ଟରେ ଚାଲୁଥିଲା।”

‘ଚନ୍ଦ୍ରଯାନ-୩’ ସଫଳ ହେବାର ‌ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେବାଟା କ‌େତେ ଦୂର ଠିକ୍ ବୋଲି ପ୍ରଶ୍ନ କରାଯିବାରୁ ନମ୍ବି କହିଛନ୍ତି, “ଯଦି ଏପରି ଜାତୀୟ ମିଶନ ସଫଳ ହୁଏ ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଆଉ କିଏ ଶ୍ରେୟ ନେବେ? ଆପଣ ହୁଏତ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ନକରିପାରନ୍ତି, ତାହା ଆପଣଙ୍କର ସମସ୍ୟା। କିନ୍ତୁ ଆପଣ ତାଙ୍କଠାରୁ ଶ୍ରେୟ ଛଡ଼ାଇ ପାରିବେ ନାହିଁ।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button