ଦେଶ

ବଢ଼ିଲା ସୁଖୁ ସରକାରଙ୍କ ଅଡୁଆ; ବିଜେପିରେ ମିଶିଲେ ୬ ବିଦ୍ରୋହୀ କଂଗ୍ରେସ ବିଧାୟକ – Ibnodisha

[ad_1]

ଶିମଲା: ବଢିଲା ହିମାଚଳ ସୁଖୁ ସରକାରଙ୍କ ଅଡୁଆ । ପଦ୍ମ ଧରିଲେ କଂଗ୍ରେସର ୬ ବିଦ୍ରୋହୀ ବିଧାୟକ । ହିମାଚଳ ସରକାରରେ ବିଦ୍ରୋହ କରି ନିକଟରେ କଂଗ୍ରେସ ଛାଡିଥିବା ୬ ଜଣ ବିଧାୟକ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଦେବେନ୍ଦ୍ର ଭୁଟ୍ଟୋ, ଚୈତନ୍ୟ ଶର୍ମା, ରବି ଠାକୁର ଏବଂ ଇନ୍ଦ୍ରଦତ୍ତ ଲଖନପାଲଙ୍କ ସହିତ ଆଉ ୩ ଜଣ ନିର୍ଦଳୀୟ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ହିମାଚଳ ବିଜେପି ରାଜ୍ୟ ସଭାପତି ରାଜୀବ ବିନ୍ଦଲ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେପିରେ ମିଶିଥିବା ନିର୍ଦଳୀୟ ବିଧାୟକମାନେ ହେଲେ କେଏଲ ଠାକୁର, ହୋଶିଆର ସିଂହ ଓ ଆଶିଷ ଶର୍ମା ।

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସର ସମ୍ପୃକ୍ତ ୬ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ ଦେଇଥିଲେ । ଏହାପରେ ବିଧାନସଭା ବାଚସ୍ପତି କୁଲଦୀପ ପଠାନିଆ ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେହି ୬ଟି ଆସନରେ ଉପନିର୍ବାଚନ ପାଇଁ ଘୋଷଣା କରିଥିଲେ ନିର୍ବାଚନ କମିଶନ । କୁହାଯାଉଛି ଯେ, ଏବେ ଏହି ବିଧାୟକମାନେ ବିଜେପି ଟିକେଟରେ ଉପନିର୍ବାଚନ ଲଢିବେ । ତେବେ ଏହି ବିଦ୍ରୋହୀମାନେ ବିରୋଧୀ ଶିବିରରେ ମିଶିବା ଦ୍ବାରା ଯଦିଓ ବର୍ତ୍ତମାନ ସ୍ଥିତିରେ ସୁଖୁ ସରକାର ପ୍ରତି କୌଣସି ବିପଦ ନାହିଁ, ହେଲେ ବିଜେପି ଉପନିର୍ବାଚନ ଜିତି ସରକାର ଭାଙ୍ଗିବା ଲକ୍ଷ୍ୟରେ ରହିଛି।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଟ୍ବିଟ୍ କରି ବିଦ୍ରୋହୀ ବିଧାୟକମାନଙ୍କୁ ଟାର୍ଗେଟ କରିଛନ୍ତି । ସୁଖୁ କହିଛନ୍ତି ଯେ, ଆୟାରାମ-ଗୟାରାମ ଓ ଧନବଳ ରାଜନୀତି କରୁଥିବା ଲୋକ ଦେବଭୂମିର ଜନାଦ୍ଦେଶକୁ ଧୋକା ଦେଇ ଆଜି ନିଜର ଠିକଣା ବାଛିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button