ଦେଶ

ଲୋକସଭା ନିର୍ବାଚନ-୨୦୨୪: ୨୯ରେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! – Ibnodisha

[ad_1]

ନୂଆଦିଲ୍ଲୀ: ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ସଜବାଜ ହେଉଛି । ବିଜେପି ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଅର୍ଥାତ୍ ଫେବ୍ରୁଆରୀ ୨୯ ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦ଜଣିଆ ତାଲିକା ଜାରି କରିପାରେ । ୨୯ ତାରିଖରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ତାରିଖ ସ୍ଥିର ହୋଇଥିବାରୁ ଏହି ଦିନ ହୁଏତ ବିଜେପି ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବ ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏପରି ହୁଏ ତେବେ ବିଜେପିର ହେଭିୱେଟ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ନାମ ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

ମୋଦୀ, ଶାହାଙ୍କ ଠାରୁ ଆରମ୍ଭ କରି ବିଜେପିର ବଡ଼ ବଡ଼ ନେତାମାନେ ଲୋକସଭାର ମୋଟ୍ ୫୪୩ ଲୋକସଭା ଆସନ ମଧ୍ୟରୁ ଏଥର ନିର୍ବାଚନରେ ବିଜେପି ଏକାକୀ ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖାଯାଇଥିବା କହିଆସୁଛନ୍ତି । ସେହିପରି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଜିତିବାର ଲକ୍ଷ୍ୟ ରଖିଥିବା ବିଜେପି ନେତାମାନେ ଦୃଢ଼ୋକ୍ତି କରିଆସୁଛନ୍ତି । ଅର୍ଥାତ୍ ବିଜେପି ଏଦିଗରେ ନିଜ ରଣନୀତି ପ୍ରସ୍ତୁତ କରିସାରିଛି । ସୁୂତରାଂ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉଭୟ ବିଜେପି ଦଳ ପାଇଁ ଏବଂ ବିରୋଧୀ ଗୋଷ୍ଠୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ବିଜେପିର ଏହି ପ୍ରାର୍ଥୀ ତାଲିକାକୁ ଦୃଷ୍ଟିରେ ରଖି ବିରୋଧୀ ଗୋଷ୍ଠୀ ନିଜ ଆଶାୟୀ ପ୍ରାର୍ଥୀ ତାଲିକାରେ ହୁଏତ କିଛି ଛୋଟବଡ଼ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ।

ସେହିପରି ବିଜେପି ମଧ୍ୟ ଆଗୁଆ ପ୍ରାର୍ଥୀ ତାଲିକା ଜାରି କରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ହାତରେ ସମୟ ଉପଲବ୍ଧ କରାଇବାକୁ ଚାହୁଁଛି । ତେବେ ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଜେପି ସେହିସବୁ ଆସନକୁ ଗୁରୁତ୍ୱଦେବ ଯେଉଁସବୁ ଆସନରେ ବିଜେପି ପୂର୍ବ ଲୋକସଭା ନିର୍ବାଚନ ଅର୍ଥାତ୍ ୨୦୧୯ରେ ପରାଜିତ ହୋଇଥିଲା ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପିର ସମସ୍ତ ନେତାମାନଙ୍କୁ ଆଗାମୀ ୧୦୦ ଦିନ ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ଏବଂ ବୁଥ୍‌ସ୍ତରରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ଲୋକଙ୍କ ଗହଣକୁ ଯିବାକୁ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ, ସବୁ ବର୍ଗର ହିତାଧିକାରୀଙ୍କୁ ବିଜେପି ସହ ଯୋଡିବାକୁ ଏବଂ ସର୍ବୋପରି ଗତ ୧୦ବର୍ଷ ମଧ୍ୟରେ ହୋଇଥିବା ବିକାଶ ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button