ଦେଶ

‘ଦୟାକରି ବିଜେପି ପୋଷ୍ଟରରୁ ମୋ ଫଟୋକୁ କାଢ଼ି ଦିଆଯାଉ, ନଚେତ ଆଇନର ସାହାଯ୍ୟ ନେବି’: ବୃଦ୍ଧ – Ibnodisha

[ad_1]

ନୂଆଦିଲ୍ଲୀ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲେଟ ଗତଶନିବାର ଜୈସଲମେରରେ ବୃଦ୍ଧ ମାଧୁରାମ ଜୟପାଳ(୭୦)ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହାର ଏକ ଭିଡିଓ ମୁଖ୍ୟମନ୍ତ୍ରୀ ଗହଲେଟ ସୋସିଆଲ ମିଡିଆରେ ଏକ୍ସ(ଟୁଇଟର)ରେ ସେୟାର କରିଛନ୍ତି।

ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚାଷୀ ମାଧୁରାମଙ୍କୁ କହୁଛନ୍ତି, ‘ଆମେ ଏହି ପୋଷ୍ଟରକୁ କାଢ଼ି ଦେବୁ। ଠିକ ଅଛି। ତୁମେ ଚିନ୍ତା କରନାହିଁ। ବିଜେପି ପୋଷ୍ଟର ଲଗାଇଛି। ବିଜେପି ନିଜେ ଏକ୍ସପୋଜ ହୋଇଯାଇଛି। ଯଦି ବିଜେପି ଠକିଛି, ତେବେ ନିଜୟ ପଶ୍ଚତାପ କରିବ। ଆପଣ କାହିଁକି ଚିନ୍ତା କରୁଛନ୍ତି।’

ଘଟଣାଟି ହେଉଛି ଏପରି, ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ବିରୋଧରେ ନିଜର ନିର୍ବାଚନ ଅଭିଯାନ ‘ନେହିଁ ସହେଗା ରାଜସ୍ଥାନ’ ଆଧାରରେ ଏକ ପୋଷ୍ଟର ବାହାର କରିଛି। ଏହି ପୋଷ୍ଟରରେ ମାଧୁରାମଙ୍କ ଫଟୋ ଛପା ଯାଇଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି। ମାଧୁରାମ ନିଜ ଫଟୋର ଏପରି ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ମାଧୁରାମ କହିଛନ୍ତି, ‘ପୋଷ୍ଟରରେ କରାଯାଇଥିବା ବିଜେପିର ଦାବି ହେତୁ ମୋତେ ନେବାଦେବାରେ ଅସୁଥିବା ହେଉଛି। ଯଥାଶୀଘ୍ର ବିଜେପି ପୋଷ୍ଟରରୁ ମୋର ଫଟୋକୁ କାଢ଼ି ଦିଆଯାଉ। ନଚେତ ମୁଁ ଆଇନର ସାହାଯ୍ୟ ନେବି। ବିଜେପିର ଏପରି କାମ ମୋ‌ତେ କଷ୍ଟ ଦେଇଛି।’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button