ଦେଶ

ସିଏଏ ଲାଗୁ କରିବା ନେଇ ଗୃହମନ୍ତ୍ରୀ ଅମିତ୍ ଶାହଙ୍କଘୋଷଣା – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ।ସିଏଏ ଲାଗୁ କରିବା ନେଇ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦ ସିଟ୍ ପାର୍ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଇଟି ନାଓ ଗ୍ଲୋବାଲ୍ ବିଜନେସ୍ ସମ୍ମିଳନୀରେ ନିର୍ବାଚନ ପୂର୍ବରୁ ସିଏଏକୁ ଲାଗୁ ହେବ ବୋଲି କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସ୍ପଷ୍ଟ କରି କହିଛନ୍ତି, ସିଏଏ କୌଣସି ବ୍ୟକ୍ତିର ନାଗରିକତା ଅଧିକାର ଅପସାରଣ କରାଯିବ ନାହିଁ । ଏହାର ଉଦ୍ଦେଶ୍ୟ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବ । ଏଭଳି ଘୋଷଣା ପ୍ରଥମେ କଂଗ୍ରେସ ହିଁ କରିଥିଲା ବୋଲି ଶାହ କହିଛନ୍ତି । ଏହା ସହିତ ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ବିପକ୍ଷ ପାର୍ଟିର ନେତା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭୁଲ୍ ସନ୍ଦେଶ ଦେଇ ଭୁଆଁ ବୁଲାଇବା ଚେଷ୍ଟା କରୁଛନ୍ତି । ସିଏଏ କେବଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତରେ ନାଗରିକତା ଦେବା ଉଦ୍ଦେଶ୍ୟରେ ହୋଉଛି ବୋଲି ଗୃହମନ୍ତ୍ରୀ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button