ଚର୍ବି ହ୍ରାସ, ଚୁଟି ଝଡ଼ିବା ବନ୍ଦ, ମୁହଁ ଗୋରା ଆଦି ସବୁ ଜିନିଷ କରିବ ଏହି ଗୋଟିଏ ପତ୍ର, ଦେଖନ୍ତୁ କିପରି କରିବେ ବ୍ୟବହାର
ବନ୍ଧୁଗଣ ଆଜିକାଲି ଆମେ ପତଳା ଶରୀର ପାଇବା ପାଇଁ ଚାହୁଁଛୁ ଏବଂ ସର୍ବଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ। କିନ୍ତୁ ଏହା ଆମ ଦ୍ୱାରା ହୋଇପାରେ ନାହିଁ। କାରଣ ଆମେ ନିଜ ଖାଦ୍ୟପେୟ ଏବଂ ନିଜ ଜୀବନଶୈଳୀ ମଧ୍ୟରେ କୌଣସି ପରିବର୍ତ୍ତନ କରି ନଥାଉ।
ଆମେ ପ୍ରତ୍ୟେକଦିନ ଯୋଗ ବା ବ୍ୟାୟାମ କରି ନଥାଉ। ଠିକ ପରିମାଣରେ ଜଳ ମଧ୍ୟ ପିଇ ନଥାଉ।ସବୁବେଳେ ବାହାରର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ଏବଂ ସେଥିରେ ଥିବା ଅଶୁଦ୍ଧ କ୍ୟାଲୋରୀ ଆମ ଶରୀରର ଚର୍ବିକୁ ବଢ଼ାଇ ଦେଇଥାଏ। ଅଶୁଦ୍ଧତା ଯୋଗୁଁ ଆମ ଚେହେରାରେ ବ୍ରଣ ଏବଂ ଚୁଟି ଝଡ଼ିବା ଭଳି ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେବେ ଏଥିଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ।
ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ। ଏହିସବୁ ସମସ୍ୟାର ସମାଧାନ କେବଳ ଗୋଟିଏ ପତ୍ର କରି ପାରିବ। ଆପଣମାନେ ସମସ୍ତେ ସେହି ପତ୍ରକୁ ପ୍ରତ୍ୟେକଦିନ ଖାଦ୍ୟରେ ବ୍ୟବହାର ନିଶ୍ଚିତ ଭାବରେ କରୁଥିବେ। ଏହି ପତ୍ରକୁ ବାଟି କେଶରେ ଲଗାଇଲେ, କେଶ ଉପୁଡିବା ବନ୍ଦ ହୋଇ ଯାଇଥାଏ।ଏହାସହିତ ଚେହେରାରେ ଏହି ପତ୍ରର ପେଷ୍ଟ ଲଗାଇବା ଦ୍ୱାରା ଚେହେରାରେ ଥିବା ସମସ୍ତ ସମସ୍ୟା ଯେପରି ଦାଗ,ବ୍ରଣ ଆଦି ଦୂର ହୋଇ ଯାଇଥାଏ।
ଏହାସହିତ ଏହି ପତ୍ରକୁ ସେବନ କରିବା ଦ୍ୱାରା ଆପଣଙ୍କ ଚର୍ବି ମଧ୍ୟ କମିଯାଏ ଏବଂ ଆପଣ ମେଦବହୁଳତାରୁ ମୁକ୍ତି ପାଇଥାନ୍ତି। ତେବେ ସେହି ପତ୍ରଟି ହେଉଛି ଭୃସଙ୍ଗ ପତ୍ର। ବର୍ତ୍ତମାନ କିପରି ଭାବରେ ଏହାକୁ ବ୍ୟବହାର କରିବା, ସେହି ବିଷୟରେ ଆଲୋଚନା କରିବା। ଏହି ଛୋଟ ଦେଖା ଯାଉଥିବା ଭୃସଙ୍ଗ ପତ୍ରରେ ବହୁତ ପ୍ରକାରର ଭିଟାମିନ ରହିଥାଏ।
ଯେପରିକି ଭିଟାମିନ-ଏ, ଭିଟାମିନ- ବି, କପର, ଧାତୁସାର, କ୍ୟାଲସିୟମ, ଫାଇବର ଏବଂ ଆମିନୋ ଏସିଡ ଆଦି ରହିଥାଏ। ଏହି ପତ୍ରକୁ ଆପଣ କଞ୍ଚା ଖାଇ ପାରିବେ, ନଚେତ ସୁପ କରି ମଧ୍ୟ ସେଥିରେ ପକାଇ ସେବନ କରି ପାରିବେ।ଏହି ପତ୍ର ଅତି ସହଜରେ ଉପଲବ୍ଧ ହୋଇଥାଏ। ପ୍ରତିଦିନ ନିଜ ଖାଦ୍ୟରେ ଏହି ପତ୍ରକୁ ସେବନ କଲେ, ଆପଣଙ୍କ ଓଜନ ନିଶ୍ଚିତ କମିବାରେ ଲାଗିବ ଏବଂ ଆପଣ ସର୍ବଦା ଫିଟ ରହିବେ।
ଭୃସଙ୍ଗ ପତ୍ର ଖାଦ୍ୟ ହଜମ କରାଇବାରେ ମଧ୍ୟ ସାହାଯ୍ୟ କରେ। ଏହାଛଡା ଖାଲି ପେଟରେ ସକାଳେ ଏହି ପତ୍ରକୁ ସେବନ କରି ଗରମ ପାଣି ପିଇଲେ ମଧ୍ୟ ଆପଣଙ୍କର ଓଜନ ଖୁବ୍ ଶୀଘ୍ର କମିବାରେ ଲାଗିଥାଏ। ଆପଣ ଏହି ପତ୍ରକୁ ବାଟି ନିଜ ଚେହେରାରେ ଲଗାଇଲେ, ଚେହେରାରେ ଚମକ ଆସିଥାଏ ଏବଂ କେଶରେ ଲଗାଇବା ଦ୍ୱାରା କେଶ ମଧ୍ୟ ଉପୁଡିବା ବନ୍ଦ ହୋଇଥାଏ।