ଏହି ଗୋଟିଏ ପତ୍ର ଚୋବେଇ କି ଖାଇ ନିଅନ୍ତୁ, ବାତ, ପିତ, କଫ ଦୋଷ ସବୁ କିଛି ଦୁରେଇ ଯିବ : 100 ବର୍ଷ ପର୍ଯ୍ୟନ୍ତ କେବେ ବି ହେବ ନାହିଁ ସୁଗାର, କୋଲେଷ୍ଟ୍ରୋଲ, ମୋଟାପା ଓ ହାର୍ଟ ସମସ୍ଯା

ଏହି ଗୋଟେ ପତ୍ର ଚୋବେଇ ଖାଇଲେ ବାର, ପୀତ, କଫ ଦୂର ହୁଏ। ୧୦୦ ବର୍ଷ ପାଇଁ କେବେବି ହେବନାହିଁ ସୁଗାର। କୋଲେଷ୍ଟ୍ରାଲ, ମେଦବହୁଳତା, ହୃଦରୋଗ ଦୂର ହୋଇଥାଏ – ହେଲ୍ଥ ଟିପ୍ସ। ବନ୍ଧୁଗଣ, ଯଦି ଆପଣ ପ୍ରତିଦିନ ଏହି ପତ୍ରକୁ ଚୋବାଇ ଖାଆନ୍ତି ଏବଂ ଏହା ସହିତ ଗୋଟେ ଗ୍ଳାସ ଗରମ ପାଣି ସେବନ କରନ୍ତି, ତାହେଲେ ଆପଣଙ୍କ ଶରୀରକୁ ବହୁତ ଚମତ୍କାରୀ ଫାଇଦା ପ୍ରଦାନ କରିଥାଏ। ପ୍ରଥମେ ଆମ ଶରୀରରେ ଛୋଟ ଛୋଟ ବେମାରୀ ଜନ୍ମ ନେଇଥାଏ, ଏହାପରେ ସେହି ବେମାରୀ ବଢ଼ି ବଢ଼ି ଚାଲି ଥାଏ।
ଏହି ପତ୍ରକୁ ଖାଇବା ଦ୍ଵାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଯାଇଥାଏ। ଏହି ପତ୍ରଟିର ନାମ ହେଉଛି ଗିଲୋୟ। ଏହାକୁ ଅମୃତା ପତ୍ର ମଧ୍ୟ କୁହାଯାଏ। ଏହା ଆମ ଶରୀର ପାଇଁ ଏକ ଅମୃତ ସମାନ ଔଷଧ ଅଟେ।
ଆୟୁର୍ବେଦ ଅନୁସାରେ, ଏହି ଗଛ ଯେଉଁ ଗଛ ଉପରେ ମାଡି ଯାଇଥାଏ, ସେହି ଗଛର ଗୁଣକୁ ମଧ୍ୟ ନିଜ ମଧ୍ୟରେ ଗ୍ରହଣ କରିଦେଇଥାଏ। ନିମ୍ବ ଗଛ ଉପରେ ମାଡିଥିବା ଗିଲୋୟ ଗଛର ମହତ୍ଵ ଅଧିକ ମାନାଯାଇଥାଏ। ଏଥିରେ କପର, ଆଇରନ, ଫସଫରସ, ଜିଙ୍କ, ମ୍ୟାଗ୍ନେଶୀୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଥାଏ। ଗିଲୋୟର ପତ୍ର, ମୂଳ ଓ ଚେର ଏହି ୩ଟି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଆପଣ ପ୍ରତିଦିନ ଏହାର ଗୋଟେ ପତ୍ର ନିଅନ୍ତୁ ଏବଂ ସକାଳୁ ଖାଲି ପେଟରେ ଏହାକୁ ଚୋବେଇ ଖାଇ ନିଅନ୍ତୁ। ଏହାପରେ ଗରମ ପାଣି ସେବନ କରନ୍ତୁ।
ଏହାର ଡାଳକୁ ଆପଣ ଅଳ୍ପ ଛେଚି ଏକ ଗିଲାସ ପାଣିରେ ଫୁଟାଇ ସକାଳୁ ଏହାକୁ ଥଣ୍ଡା କରି ଖାଲି ପେଟରେ ସେବନ କରନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କର ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ। ଆପଣଙ୍କୁ ସୁଗାର କାରଣରୁ ହେବାକୁ ଯାଉଥିବା ସମସ୍ୟାର ସମାଧାନ ହୋଇଯିବ। ଏହାଛଡା ଶରୀରର ଯେଉଁ ସମସ୍ୟା ରହିଛି, ଯେପରି ଯେଉଁମାନଙ୍କର ଗଣ୍ଠି ବ୍ୟଥା ରହିଛି, ସେମାନେ ନିଶ୍ଚିନ୍ତ ଭାବରେ ଗିଲୋୟର ସେବନ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ଆରାମ ମିଳିବ। ଏହି ଗଛର ପତ୍ରକୁ ଛେଚି ଏକ ଗ୍ଳାସ ପାଣିରେ ୪ ଚାମଚ ଆଲୋଭେରା ଯୁସ ମିଶାଇ ସେବନ କଲେ, ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ କରିବେ।
ଏହାଛଡ଼ା ଯଦି ଆପଣଙ୍କ ଶରୀରରେ ୟୁରିକ ଏସିଡ ବଢି ଯାଉଛି, ତାହେଲେ ତାହା ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିଯାଏ । ଏହାର ସେବନ ଲଗାତାର ଏକ ମାସ ଧରି ନିଶ୍ଚିତ କରିବା ଆବଶ୍ୟକ। ଡେଙ୍ଗୁ ତଥା ଜ୍ଵରରୁ ବଞ୍ଚିତ ରହିବା ପାଇଁ ଏହା ଏକ ଅମୃତ ଭଳି କାର୍ଯ୍ୟ କରିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଯଦି ଆପଣଙ୍କୁ ଅଧିକ ଜ୍ଵର ହୋଇଛି ତାହେଲେ ଆପଣଙ୍କ ଜ୍ଵରକୁ ସଂପୂର୍ଣ୍ଣ ଭାବରେ ଭଲ କରିଦେଇଥାଏ।
ଏହାଛଡା ଏହା ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ପାଚନରେ ଅନେକ ପ୍ରକାରର ସମସ୍ୟା ରହିଥାଏ, ସେହି ସବୁ ସମସ୍ୟାକୁ ଗିଲୋୟ ଅଥବା ଅମୃତା ପତ୍ର ଦୂର କରିଦେଇଥାଏ। ତେବେ ବନ୍ଧୁଗଣ, ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।