ଦେଶ

ପାକ୍ ଯୁବତୀଙ୍କୁ ଭର୍ଚ୍ଚୁଆଲରେ ବିବାହ କଲେ ଭାରତୀୟ ଆଇନଜୀବୀ – Ibnodisha

[ad_1]

ଜୟପୁର: ସୀମା ହୈଦର ଓ ଅଞ୍ଜୁ ଥୋମାସଙ୍କ ସୀମା ପାର ପ୍ରେମକୁ ନେଇ ଉଭୟ ଦେଶରେ ବେଶ ଚର୍ଚ୍ଚା ହେଉଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ରାଜସ୍ଥାନର ଜଣେ ଆଡଭୋକେଟ ଭର୍ଚ୍ଚୁଆଲରେ ପାକ୍ ଯୁବତୀଙ୍କୁ ବିବାହ କରିଛନ୍ତି । ପାକ୍ ଯୁବତୀଙ୍କୁ ଭିସା ମିଳିବାରେ ବିଳମ୍ବ ହେବାରୁ ରାଜସ୍ଥାନର ଆଇନଜୀବୀ ଜଣକ ଶେଷରେ ଭିଡିଓ କଲ ମାଧ୍ୟମରେ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ କରିଥିବା ଜଣାପଡ଼ିଛି। ଏହି ଆଇନଜୀବୀ ହେଉଛନ୍ତି ରାଜସ୍ଥାନ ଯୋଧପୁର ଅଞ୍ଚଳର ମହମ୍ମଦ ଅର୍ବାଜ । ସେ ପାକିସ୍ତାନ କରାଚିର ଅମିନାଙ୍କୁ ଗତ ସପ୍ତାହ ତଳେ ବିବାହ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଇସଲାମିକ ଧର୍ମ ଅନୁସାରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ବର ଓ କନ୍ୟା ନିଜ ନିଜ ଘରେ ପରଦା ପଛରେ ବସିଥିବା ବେଳେ କାଜି ମଧ୍ୟ ଉପସ୍ଥିତ ରହିଥିଲେ । ଇସ୍ଲାମିକ ପରମ୍ପରା ଅନୁଯାୟୀ ଉଭୟ ବିବାହ କରିଥିଲେ । ଉଭୟଙ୍କ ବିବାହ ପ୍ରାୟ ମାସେ ପୂର୍ବରୁ ସ୍ଥିର ହୋଇଥିବା ଜଣାପଡ଼ିଛି । କନ୍ୟା ପକ୍ଷକୁ ଭିସା ମିଳିବାରେ ବିଳମ୍ବ ହୋଇଥିଲା ।

ବିବାହ ସମୟ ପାଖେଇ ଆସୁଥିବାରୁ ଉଭୟ ପକ୍ଷ ଶେଷରେ ଅନଲାଇନ ମୋଡରେ ବିବାହ ପାଇଁ ପାଇଁ ସ୍ଥିର କରିଥିଲେ ବୋଲି ବରର ପିତା ଅଫଜଲ କହିଛନ୍ତି । ଅର୍ବାଜ ଯୋଧପୁର ଖରାଦିଓଁ କା ମହଲା ଅଞ୍ଚଳ ଅଧିବାସୀ । ଏହି ବିବାହ କୌଣସି ନୂଆ ନୁହେଁ ବୋଲି ସେ କହିଛନ୍ତି । ଅନେକ ସମୟରେ ପଡ଼ୋଶୀ ଦେଶଗୁଡ଼ିକରେ ଏପରି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏପରିକି କୋଭିଡ ମହାମାରୀ ସମୟରେ ଏପରି ଅନଲାଇନ ମୋଡରେ ବିବାହ ହୋଇଥିବା ବର ଅର୍ବାଜ କହିଛନ୍ତି । ସେ ଆହୁରି କହିଛନ୍ତି, “ଆମେ ଅପେକ୍ଷା କରିଛୁ ଯେ କେବେ କନ୍ୟା ପକ୍ଷ ଭିସା ପାଇ ଯୋଧପୁରକୁ ଆସିବେ । ଏହାପରେ ଏକ ଛୋଟ ଉତ୍ସବର ଆୟୋଜନ କରାଯିବ । ଚଳିତ ବର୍ଷ ଆରମ୍ଭରୁ ଯୋଧପୁର ମୁଜାମିଲ ଖାନ ମଧ୍ୟ ପାକିସ୍ତାନର ଉରୁଜ ଫାତିମାଙ୍କୁ ଅନଲାଇନ ମୋଡରେ ବିବାହ କରିଥିଲେ । ଏହି କ୍ଷେତ୍ରରେ ମଧ୍ୟ ଭିସା ମିଳିବାରେ ବିଳମ୍ବ ହେବାରୁ ଅନଲାଇନ ମୋଡ୍ରେ ବିବାହ ହୋଇଥିଲା । ଏହାପରେ ଭିସା ମିଳିବା ପରେ ଗତ ମେ’ ମାସରେ ଶାଶୁ ଘରକୁ ଆସିଥିଲେ ଫାତିମା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button