ମନୋରଞ୍ଜନ

କର୍କଟକୁ ଜିତିବା ପ‌ରେ ଏବେ ‘କୋଷ୍ଟୋକୋଣ୍ଡ୍ରାଇଟିସ’ର ଶିକାର ହେଲେ ଟିଭି ଷ୍ଟାର ଛବି ମିତ୍ତଲ – Ibnodisha

[ad_1]

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଛବି ମିତ୍ତଲ ‘କୋଷ୍ଟୋକୋଣ୍ଡ୍ରାଇଟିସ୍‌’ ରୋଗରେ ପୀଡ଼ିତା ଥିବା କଥା ପ୍ରକାଶ କରିଛନ୍ତି। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କ୍ୟାନସରରୁ ଆରୋଗ୍ୟଲାଭ କରିଥିବା ଏହି ଟେଲି ଅଭିନେତ୍ରୀ କହିିଛନ୍ତି ଯେ ଏହି ରୋଗ କାରଣରୁ ତାଙ୍କ ଛାତି ପଞ୍ଜରାରେ ଯନ୍ତ୍ରଣା ହେଉଛି।

ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ‘ଏହି ରୋଗର ସମ୍ଭାବ୍ୟ କାରଣ; ବିକିରଣ (କର୍କଟ ଚିକିତ୍ସା) କିମ୍ବା ଅଷ୍ଟିଓପେନିଆ (କମ୍‌ ବିଏମଡି ଥିବା ଅବସ୍ଥା) ପାଇଁ ମୁଁ ନେଇଥିବା ଇଞ୍ଜେକ୍ସନର ପାର୍ଶ୍ୱ ପ୍ରତିକ୍ରିୟା ହୋଇ ଥାଇପାରେ କିମ୍ବା ଏହା କ୍ରମାଗତ କାଶ (ଯାହା ମୋର କିଛି ଦିନ ପୂର୍ବେ ହୋଇଥିଲା) କିମ୍ବା ଏ ସମସ୍ତର ମିଶ୍ରିତ ପ୍ରତିକ୍ରିୟା ହୋଇପାରେ।’

ନିଜ ରୋଗର ଲକ୍ଷଣ ବିଷୟରେ ଅଭିନେତ୍ରୀ ଛବି ଆହୁରି କହିଛନ୍ତି, ‘ମୋତେ ନିଶ୍ୱାସ ନେବା ସମୟରେ, କିମ୍ବା ହାତ କିମ୍ବା ବାହୁର ବ୍ୟବହାର କରିବା ବେଳେ, ଏପରିକି ଶୋଇବା, ବସିବା ସମୟରେ ସମୟରେ ମୋତେ ଯନ୍ତ୍ରଣା ହେଉଛି’।

ତେବେ, ଏହି କୋଷ୍ଟୋକୋଣ୍ଡ୍ରାଇଟିସ୍‌ ରୋଗର କୌଣସି ଚିକିତ୍ସା ନାହିଁ। ଏହି ରୋଗ ଆପେ ଭଲ ହୋଇଥାଏ। ତେବେ, ଏହି ରୋଗରେ ଯନ୍ତ୍ରଣା ଅନେକ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ। ଏହାର ଚିକିତ୍ସା ମୁଖ୍ୟତଃ ଯନ୍ତ୍ରଣା ଉପଶମ ଉପରେ ଗୁରୁତ୍ୱ ଦେଇଥାଏ। ଷ୍ଟ୍ରେଚିଂ ବ୍ୟାୟାମ ଏବଂ ସ୍ନାୟୁ ଉତ୍ତେଜନା ଭଳି ଶାରୀରିକ ଥେରାପି ଚିକିତ୍ସା ଦ୍ୱାରା ଏହାକୁ ଆରୋଗ୍ୟ କରାଯାଇପାରେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button