ରାଜ୍ୟ

ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ; ଶେଷର କ’ଣ ହେଲା ପୁରା ଘଟଣା ଜାଣନ୍ତୁ…. – Ibnodisha

[ad_1]

ଭଦ୍ରକ: ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ । ଅଷ୍ଟମ ଶ୍ରେଣୀରେ ଟ୍ୟୁସନ କରୁଥିବା ବେଳେ କରିଥିଲେ ପ୍ରେମ ନିବେଦନ । ଏବେ ନାବାଳିକା ଜଣଙ୍କ ଯୁକ୍ତ ଦୁଇ ପଢୁଥିବା ବେଳେ ମଧ୍ୟ ଶିକ୍ଷକଙ୍କ ତାଙ୍କ ପିଛା ଛାଡିନଥିବା ଅଭିଯୋଗ ହୋଇଛି । ବିବାହ ପାଇଁ ରାଜି ନହେବାରୁ ପରିବାର ଲୋକଙ୍କୁ ହତ୍ୟା ଧମକ ସହ ଦୁଷ୍କର୍ମ କରିବାକୁ ଧମକ ଦେଉଛନ୍ତି ଶିକ୍ଷକ ।

ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଧୁସୁରି ଥାନା ଅଞ୍ଚଳରୁ । ଶିକ୍ଷକ ଜଣଙ୍କ ହେଉଛନ୍ତି ବଳରାମ ନାୟକ । ଖପରପଦା ଗ୍ରାମର ଜଣେ ନାବାଳିକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେହି ଗ୍ରାମର ଏକ ଘରୋଇ ସ୍କୁଲର ଶିକ୍ଷକ ବଳରାମ ନାୟକ ତାଙ୍କୁ ଟ୍ୟୁସନ୍ କରୁଥିବା ବେଳେ ପ୍ରେମ ନିବେଦନ କରିଥିଲେ । ଏପରିକି ବିବାହ କରିବାକୁ ମଧ୍ୟ ଅନେକ ସମୟରେ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକା ଝିଅଟି ପ୍ରତିବାଦ କରିବା ସତ୍ତ୍ୱେ ମଧ୍ୟ ଶିକ୍ଷକ ଶୁଣିବାକୁ ନାରାଜ ଥିଲେ । ଏବେ ନାବାଳିକା ଯୁକ୍ତ ଦୁଇ ପଢୁଛନ୍ତି । ସେ କଲେଜ ଯିବା ବାଟରେ ଶିକ୍ଷକ ଜଣଙ୍କ ତାଙ୍କୁ ବାଟରେ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ କଥାରେ ରାଜି ନ ହେଲେ ବାପା ଏବଂ ମାଆଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ।

ଏଥିସହ ନାବାଳିକାକୁ ଦୁଷ୍କର୍ମ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣକ । ଅନ୍ୟ ପକ୍ଷରେ ଶିକ୍ଷକ ଜଣଙ୍କ ନାବାଳିକା ଝିଅର ଫୋଟୋକୁ ଇନଷ୍ଟାଗ୍ରାମ ଆଇଡିରେ ସେୟାର କରି ଆପତ୍ତି ଜନକ ମନ୍ତବ୍ୟ ଲେଖୁଥିବା ଜଣାପଡିଛି । ତେଣୁ ଏନେଇ ନାବାଳିକା ଏବଂ ତାଙ୍କ ପରିବାର ଲୋକେ ତାଙ୍କ ଜୀବନକୁ ବିପଦ ଥିବା ଦର୍ଶାଇ ଧୁସୁରୀ ଥାନାରେ ଏକ ଅଭିଯୋଗ କରିଥିଲେ । ତତ୍ପରେ ଗ୍ରାମରେ ମଧ୍ୟସ୍ଥି ମାନଙ୍କ ଜରିଆରେ ଏହା ସମାଧାନ ମଧ୍ୟ ହୋଇଥିଲା । ହେଲେ ପୁନର୍ବାର ଶିକ୍ଷକ ପ୍ରେମ ନିବେଦନ କରୁଥିଲେ ଏବଂ ବାଟ ଘାଟରେ ହଇରାଣ ମଧ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ତେଣୁ ବାଧ୍ୟ ହୋଇ ପରିବାର ପକ୍ଷରୁ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଥାନା ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବୋଲି ଅଭିଯୋଗ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button