ରାଜ୍ୟ
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]
କୋରାପୁଟ : କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ କଟନୀକୁଣ୍ଡ ଛକ ନିକଟରେ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ।ସୂଚନା ଅନୁସାରେ ବୈପାରିଗୁଡୀ ବ୍ଲକ ଲିମଗୁଡାର ସୁଶାନ୍ତ ବେହେରା ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ ବାଗଦିରୀ ଠାରୁ କୁନ୍ଦୁରା ଫେରୁଥିଲେ । ଫେରିବା ସମୟରେ କଟନିକୁଣ୍ଡ ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଏବଂ ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ , ଘଟଣା ସ୍ଥଳରେ ହିଁ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣାର ଖବର ପାଇ କୁନ୍ଦୁରା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
[ad_2]