ରାଜ୍ୟ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକ ମୃତ – Ibnodisha

[ad_1]
ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡ଼ିପୋଖୋରି ଗ୍ରାମର କୈଶବ ନାଏକଙ୍କ ପୁଅ ଲାବଣ୍ୟ ( ୨୨) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଲାବଣ୍ୟ ବିଲେଇପଦାରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ସର୍ଭିସରେ କାର୍ଯ୍ୟ କରୁଥିଲେ । ରବିବାର ସନ୍ଧ୍ୟା ସମୟରେ ବିଲେଇପଦା ଅଭିମୁଖେ ଯାଉଥିବାବେଳେ ତଡୁଆବାହାଳ ଠାକୁରାଣୀ ଶାଳ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବରପାଇ ରିମୁଳି ଫାଣ୍ଡି ଅଧିକାରୀ ତାଙ୍କୁ ସଙ୍ଗେସଙ୍ଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଚମ୍ପୁଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
[ad_2]