ରାଜ୍ୟ

ବଦଳିଲେ ୧୬୦ଜଣ ଅତିରିକ୍ତ ତହସିଲଦାର – Ibnodisha

[ad_1]

ଭୁବନେଶ୍ୱର: ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ ସେବାର ୧୬୦ଜଣ ଅଫିସରଙ୍କ ବଦଳି ହୋଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଭିନ୍ନ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ୧୬୦ଜଣ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ଆସିଷ୍ଟାଣ୍ଟ କଲେକ୍ଟର, ଅତିରିକ୍ତ ତହସିଲଦାର ଓ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କୁ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ସେମାନେ କାର୍ଯ୍ୟ କରୁଥିବା ସ୍ଥାନରୁ ରିଲିଭ୍ କରାଯାଇଛି ।

ନୂଆ ସ୍ଥାନରେ ଅକ୍ଟୋବର ୨୫ତାରିଖ ସୁଦ୍ଧା ଯୋଗ ଦେବାକୁ ଏହି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ସେମାନେ ଅକ୍ଟୋବର ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲେକ୍ଟ୍ରୋରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button