ଅପରାଧ

ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ – Ibnodisha

[ad_1]

ଭୁବନେଶ୍ୱର: ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ ଯାଇଥିବା ଅଭିଯୋଗ । ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ଗଲା ମାମଲା । ଶିଶୁକନ୍ୟାର ମୃତ୍ୟୁ ହେବା ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ସମେତ ମେଡିକାଲ କର୍ମଚାରୀ ମୃତ୍ୟୁ ପାଇଁ ଦାୟୀ । ତେଣୁ ଦୋଷୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଶିଶୁକନ୍ୟାର ପରିବାରକୁ କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ମୃତ ଶିଶୁକନ୍ୟାର ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେସ ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

ଏହି ମାମଲାରେ ପୁରୀ ଜିଲ୍ଲାପାଳ, ସିଡ଼ିଏମଓ, ଏସପି, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ସୁକାନ୍ତ ସେନାପତିଙ୍କ ୬ ବର୍ଷର ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ତେବେ ପାଟସୁନ୍ଦରପୁର ଗ୍ରାମର କାକଟପୁର ବ୍ଲକ ବାଙ୍ଗୁରୀଗାଁ ମେଡିକାଲରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ମନୋଜ କୁମାର ଦଳେଇ ଜ୍ୱର ଇଞ୍ଜେସନ ବଦଳରେ ଭୁଲ ଇଞ୍ଜେସନ ଦେଇଥିବା ଅଭିଯୋଗ ହୋଇଥିଲା । ଏଥି ଯୋଗୁଁ ଶିଶୁକନ୍ୟା ରଶ୍ମିତା ସେନାପତି ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ । ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ପରିବାର ଲୋକେ ଅସ୍ତରଙ୍ଗ ମେଡିକାଲକୁ ନେଇ ଯାଇଥିଲେ ମଧ୍ୟ ଡାକ୍ତର ଉକ୍ତ ଶିଶୁକନ୍ୟା ରଶ୍ମିତାଙ୍କୁ ସଠିକ ଭାବରେ ଚିକିତ୍ସା କରିନଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button