ଖାକିରେ ଦାଗ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ଏଏସ୍ଆଇ, ଗୃହରକ୍ଷୀ – Ibnodisha

[ad_1]
ରାଇରଙ୍ଗପୁର: ଯିଏ ନାରୀମାନଙ୍କୁ ସୁରକ୍ଷା କରୁଛି, ସିଏ ହିଁ ତାଙ୍କ ପାଇଁ ବିପଦ ସାଜିଛି। ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଂଜ ଜିଲ୍ଲା ଜାମଦା ଥାନା ଅଂଚଳରେ । ଏଠାରେ ୨ ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି। ନାବାଳିକାଙ୍କୁ ଜଣେ ପୁଲିସ ଏଏସ୍ଆଇ ଓ ଅନ୍ୟ ଜଣେ ଗୃହରକ୍ଷୀ ଦୁଷ୍କର୍ମ କରିଥିବା ନେଇ ଏହି ସଂଗୀନ ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀଙ୍କ ଘର କେନ୍ଦୁଝର ଜିଲ୍ଲାରେ। ସେ କିଛିମାସ ପୂର୍ବରୁ ନିଜ ଘରେ ଜଣେ ଅସହାୟ ନାବାଳିକାଙ୍କୁ ଛୋଟଛୁଆଙ୍କୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ତେବେ ନାବାଳିକା ଜଣଙ୍କୁ ଏକୁଟିଆ ପାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ପିଉସୀଙ୍କୁ ଜଣାଇଥିଲେ। ପୀଡ଼ିତା ଙ୍କ ପିଉସୀ ଜାମଦା ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି । କେସ୍ ହେବା ପରେ ଜାମଦା ପୁଲିସ ଏଏସ୍ଆଇ ଆନନ୍ଦ ମାଝୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ସେହିପରି ଜାମଦା ଥାନାର ଜଣେ କାର୍ଯ୍ୟରତ ଗୃହରକ୍ଷୀ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଅଂଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଜାମଦା ଥାନାର ଗୃହରକ୍ଷୀ ଦେବାନନ୍ଦ ପାତ୍ର(୩୩)। ସେ ଗୁଣି ଗାରେଡି ମଧ୍ୟ କରିଥାନ୍ତି। ଜାମଦା ଅଂଚଳର ଜଣେ ବୃଦ୍ଧାଙ୍କ ଦେହ ଖରାପ ହୋଇଥିବାରୁ ତାଙ୍କୁ ଗୁଣିଆ ତଥା ଗୃହରକ୍ଷୀ ଆନନ୍ଦଙ୍କ ପାଖକୁ ନେଇଥିଲେ। ଗୃହରକ୍ଷୀ ଆନନ୍ଦ କହିଲେ ଯେ ଜଣେ କୁଆଁରୀ କନ୍ୟା (ନାବାଳିକା) ରାତ୍ରିରେ ଏକ ନିଛାଟିଆ ଜାଗାରେ ଦ୍ୱୀପ ଜାଳିଲେ ବୃଦ୍ଧା ଜଣକ ସୁସ୍ଥ ହୋଇଯିବେ। ବୃଦ୍ଧାଙ୍କ ଜଣେ ନାବାଳିକା ନାତୁଣି ଥିଲେ। ସେ ଦ୍ୱୀପ ଜାଳିବେ ବୋଲି ମନସ୍ଥ କଲେ। ରାତିରେ ଦ୍ୱୀପ ଜାଳିବା ସମୟରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ମାମୁଁଙ୍କୁ ଜଣାଇବା ପରେ ଜାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଦେବାନନ୍ଦ ପାତ୍ରଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି । ଏନେଇ ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗୃହରକ୍ଷୀଙ୍କୁ କୋର୍ଟ ଚାଲାଣ କରିଛି।
[ad_2]