ଦେଶ

କାରଖାନାରେ ବିସ୍ଫୋରଣ: ୧୧ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁରେ ଦୁଇଟି ସ୍ଥାନରେ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଶିବକାଶୀ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ବିସ୍ଫୋରଣରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଅନ୍ୟ ୧୫ ରୁ ଅଧିକ ଶ୍ରମିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛି । ପୋଲିସ ଓ ଅଗ୍ନିଶମ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆଜି ପୂର୍ବାହ୍ନରେ ଏମ.ବୁଦ୍ଧୁପାଟୀ ରେଙ୍ଗପାଲାୟମ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ପ୍ରଥମ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଥିଲା । ସେତେବେଳେ ୧୫ରୁ ଅଧିକ ଶ୍ରମିକ କାରଖାନାରେ କାର୍ଯ୍ୟରତ ଥିଲେ । ସୂଚନା ପାଇଁ ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କରିବା ସହ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

ମାତ୍ର ସେଥିମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ ରହିଛନ୍ତି । ମୃତକମାନେ ସମସ୍ତେ କାରଖାନାର ଶ୍ରମିକ ଓ ସେମାନେ ଭ୍ୟାକମ (୩୫), ମହାଦେବୀ (୫୦), ପଞ୍ଚଭର୍ନମ (୩୫), ବାଲାମୁରୁଗନ (୩୦), ତାମିଲଚେଲଭି (୫୫), ମୁନେଶ୍ୱରୀ (୩୨), ଥାଙ୍ଗମଲାଇ (୩୩), ଅନୀତା (୪୦) ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ରେଡ୍ଡିପାଟୀ ଅଞ୍ଚଳରେ ମୁଥୁ ବିଜୟ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ସମୟରେ ଏକାଧିକ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଭେମ୍ବୁ ନାମକ ଜଣେ କର୍ମଚାରୀ ଭାବେ ଚିହ୍ନଟ ହୋଇଛନ୍ତି । ଦୁଇଟି ବିସ୍ଫୋରଣରେ ପ୍ରାୟ ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଇଁ ପଠାଇଛି । ଦୁଇଟି ଭିନ୍ନ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ବାଣ କାରଖାନାର ଲାଇସେନ୍ସ ଓ ଏହାର ସମସ୍ତ ନିରାପତ୍ତା ପ୍ରୋଟୋକଲ ନେଇ ତଦନ୍ତ ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button