ଅପରାଧ

ପ୍ରେମିକାକୁ ଜଙ୍ଗଲରେ ୩ ସାଙ୍ଗ ସହ ଦୁଷ୍କର୍ମ ମାମଲା: ପ୍ରେମିକ ସହ ୪ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌ – Ibnodisha

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଦେରାଜଜଙ୍କ ଅଦାଲତରେ ମଙ୍ଗଳବାର କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ୨୦୧୯ ଜୁନରେ ସଂଘଟିତ ଅତି ସମ୍ବେଦନଶୀଳ ଗଣଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । ଅତିରିକ୍ତ ଦେରାଜଜ ରାଜେଶ ଦାଶ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ସେମାନେ ହେଲେ କିଞ୍ଜିରକେଲା ଥାନା କୁଲବା ପୁଗରାମୁଣ୍ଡାର ମହେନ୍ଦ୍ର ଓରାମ, ସଦରଥାନା ବରାହମାଲ ସୁନାଯୋରର ଲଲୀନ୍ଦ୍ର ଓରାମ, କିଶୋର ଏକ୍କା ଓ ଡୁମେରଯୋରର ରଂଜିତ ଓରାମ । ଜରିମାନା ଅନାଦାୟରେ ଜେଲ ଦଣ୍ଡ ଅବଧିକୁ ୩ ମାସ ବୃଦ୍ଧି କରିବାକୁ ଆଦେଶ ରହିଛି । ଏହା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ସୂଚନା ଅନୁଯାୟୀ, ୨୦୧୯ରେ ଏକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ପୀଡ଼ିତା ଓ ସହପାଠୀ ସଦରଥାନା ବରାହମାଲ ସୁନାଯୋରର ଲଲୀନ୍ଦ୍ର ଓରାମଙ୍କ ପ୍ରେମ ସମ୍ପର୍କ ଥିଲା ।

ଘଟଣାକ୍ରମେ ଗତ ୨୦୧୯ ଜୁନ୍ ୨୬ ଅପରାହ୍ନ ସାଢ଼େ ୪ଟାରେ ପୀଡ଼ିତା ସୁନ୍ଦରଗଡ଼ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ପ୍ରେମିକ ଲଲୀନ୍ଦ୍ର ବାଇକ୍‌?ରେ ଆସି ତାଙ୍କୁ କିଞ୍ଜିରକେଲାରେ ଛାଡ଼ିଦେବ କହି ବସାଇ ନେଇଥିଲା । କିନ୍ତୁ କିଞ୍ଜିରକେଲା ବଦଳରେ ପୁଟୁଡିହି ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଏହା ପରେ ସେ ସାଙ୍ଗମାନଙ୍କୁ ଡାକିଥିଲା । କିଛି ସମୟ ପରେ ଜଣେ ସହପାଠୀ ରଞ୍ଜିତ ଓରାମ ତାଙ୍କ ୨ ସାଙ୍ଗ କିଶୋର ଏକ୍କା ଓ ମହେନ୍ଦ୍ର ଓରାମଙ୍କ ସହ ଆସି ପୀଡ଼ିତାଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥିଲେ ।

ଗଲା ବେଳେ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ଭୟ ଓ ଲୋକଲଜ୍ଜା କାରଣରୁ ପୀଡ଼ିତା କିଛି ଦିନ ଚୁପ ରହିବା ପରେ ୨୦୧୯ ଜୁଲାଇ ୧୫ ତାରିଖରେ ସୁନ୍ଦରଗଡ଼ ସଦରଥାନାରେ ଏତଲା ଦେଇଥିଲେ । ଘଟଣାଟି ସେତେବେଳେ ଜିଲ୍ଲାରେ ବେଶ ଆଲୋଡ଼ନ ସୃଷ୍ଟି କରିଥିଲା । ପୁଲିସ ମାମଲା ରୁଜୁ କରି ଜୁଲାଇ ୧୬ରେ ଲଲୀନ୍ଦ୍ର, କିଶୋର ଓ ରଂଜିତକୁ ଗିରଫ କରିଥିବା ବେଳେ ଫେରାର ମହେନ୍ଦ୍ରକୁ ଅଗଷ୍ଟ ୧୯ରେ ଗିରଫ କରିଥିଲା । ପୁଲିସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଓ ୧୭ ଜଣଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଦାଲତ ଦଣ୍ଡାଦେଶ କରିଛନ୍ତି । ମାମଲାକୁ ସ୍ୱତନ୍ତ୍ର ଜନଅଭିଯୋଜକ (ପିପି) ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button