ଆଶ୍ରମରେ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଶ୍ରମରେ ମହନ୍ତ ପଦ ପାଇବା ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ ଅନ୍ୟ ଜଣେ ସାଧୁ । ସୂଚନା ଅନୁଯାଇ,କନ୍ନୌର ଜଲେଶ୍ୱର ଆଶ୍ରମରେ ମହନ୍ତ ପଦ ନେଇ ନେଇ ଦୀର୍ଘ ଦିନ ଧରି ସାଧୁମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ଆଶ୍ରମରେ ରହୁଥିବା ଜଣେ ସାଧୁ ହଠାତ ଅନ୍ୟଜଣେ ସାଧୁଙ୍କ ଉପରକୁ ଜ୍ୱଳନଶୀଳ ପଦାର୍ଥ ଫିଙ୍ଗି ଦେଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସାଧୁଙ୍କ ଚିତ୍କାର ଶୁଣି ଆଖପାଖର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।ଏହି ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନ ସୂଚନା ପାଇବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। କନ୍ନୌର ପୋଲିସ ଅଧୀକ୍ଷକ ଅମିତ କୁମାର ଆନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସାଧୁଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି, ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
The post ଆଶ୍ରମରେ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ appeared first on ONA KHABAR.
[ad_2]




