ଅପରାଧ

ବିଜୁଳି ବିଲ୍‌କୁ ନେଇ ବିବାଦ: ମହିଳାଙ୍କୁ ଅଫିସରେ ପଶି ହାଣି ଦେଲେ ଯୁବକ – Ibnodisha

[ad_1]

ମହାରାଷ୍ଟ୍ର : ସାମାନ୍ୟ ବିଜୁଳି ବିଲ୍‌କୁ ନେଇ ଜଣେ ୩୩ ବର୍ଷୀୟ ଯୁବକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ବିଜୁଳି ବିଲ୍‌ରେ ତ୍ରୁଟି ଥିବା ଅଭିଯୋଗ କରି ସେ ପୁଣେରେ ଥିବା ଏମଏସ୍‌ଇଡିସିଏର ଜଣେ ମହିଳା ଟେକ୍ନିସିଆନଙ୍କୁ ଅଫିସ ଭିତରେ ପଶି ହାଣି ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ଅଭିଜିତ ପୋଟେ ଟେକ୍ନିସିଆନ ରିଙ୍କୁ ଥିଟେ(୨୬)ଙ୍କୁ ବାରାମତି ତହସିଲ ଅଧୀନରେ ଥିବା ମୋରଗାଓଁ ସ୍ଥିତ ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟ୍ରିସିଟି କର୍ପୋରେସନ ଲିଃ ଅଫିସରେ ପଶି ଆକ୍ରମଣ କରିଥିଲେ।

ଅଭିଜିତଙ୍କୁ ୫୭୦ ଟଙ୍କାର ତ୍ରୁଟିଯୁକ୍ତ ବିଜୁଳି ବିଲ୍‌ ମିଳିଥିବା ପୂର୍ବରୁ ହିଁ ଅଫିସରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଜିତ ବୁଧବାର ସକାଳେ ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟ୍ରିସିଟି କର୍ପୋରେସନ ଲିଃ ଅଫିସରେ ପହଞ୍ଚିଥିଲେ। ଏହାପରେ ୧୦ ଦିନ ଛୁଟିରେ ରହି ବୁଧବାର ହିଁ କାର୍ଯ୍ୟରେ ଯୋଗ ଦେଇଥିବା ରିଙ୍କୁଙ୍କ ସହ ତାଙ୍କର କିଛି ବାର୍ତ୍ତା ହୋଇଥିଲା।ଏତିକି ବେଳେ ଅଭିଜିତ ଗୋଟିଆ ଧାରୁଆ ଅସ୍ତ୍ର କାଢ଼ି ରିଙ୍କୁଙ୍କୁ ହାଣି ପକାଇଥିଲେ। ତୁରନ୍ତ ତାଙ୍କୁ ଅଫିସରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ରିଙ୍କୁଙ୍କ ମୃତ୍ୟୁ ପରେ ପୁଲିସ୍‌ ଅଭିଜିତଙ୍କୁ ଆଇପିସିର ବିଭିନ୍ନ ଦଫାରେ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button