ଅପରାଧ

ପ୍ରେମିକାକୁ କୁରାଢିରେ ହାଣି ହତ୍ୟା କଲା ପ୍ରେମିକ – Ibnodisha

[ad_1]

hହାଇଦ୍ରାବାଦ: ପ୍ରେମିକାକୁ କୁରାଢିରେ ହାଣି ହତ୍ୟା କଲା ପ୍ରେମିକ । ପ୍ରେମିକର ଏପରି ନାରକୀୟ କାଣ୍ଡ ସମସ୍ତଙ୍କୁ ହତବାର କରିଛି। ତେଲେଙ୍ଗାନାର ନିର୍ମଳ ଜିଲ୍ଲାର ଖାନାପୁର ସହରରେ ଗୁରୁବାର ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ କୁରାଢିରେ ହାଣି ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ତାଙ୍କ ସହ ଥିବା ମହିଳାଙ୍କ ଭଉଣୀ ମଧ୍ୟ ଆହତ ହୋଇଛନ୍ତି।ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଆଲେଖ୍ୟ ତାଙ୍କ ଭଉଣୀଙ୍କ ସହ ଟେଲରିଂ ଶିଖି ଫେରୁଥିବା ବେଳେ ତାଙ୍କ ପ୍ରେମିକ ଜୁକାନ୍ତି ଶ୍ରୀକାନ୍ତ ତାଙ୍କୁ କୁରାଢିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଆଲେଖ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀ ଆହତ ହୋଇଛନ୍ତି। ଶ୍ରୀକାନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଏବେ ବି ଫେରାର ଅଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଆଲେଖ୍ୟ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ପରିବାର ଲୋକେ ତାଙ୍କୁ ଅନ୍ୟ କାହା ସହ ବିବାହ କରାଇବା ପରେ ଆଲେଖ୍ୟ ଶ୍ରୀକାନ୍ତଙ୍କଠାରୁ ଦୂରେଇ ଯାଇଥିଲେ। ଏଥିରେ ରାଗିଯାଇ ଶ୍ରୀକାନ୍ତ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button