ଅପରାଧ

ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ଭଉଣୀଙ୍କ ଗଳାକାଟି ନିର୍ମମ ହତ୍ୟା । ଘର ଭିତରୁ ଦୁଇ ଉଭଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କଲା ପୋଲସି । ଏଭଳି ହତ୍ୟାକାଣ୍ଡ ଘଟିଛି ଇଟାୱା ଜିଲ୍ଲାର ବାଲାଇ ଅଞ୍ଚଳରେ । ଘରେ କେହି ନଥିବା ସମୟରେ ଦୁଇ ଭଉଣୀଙ୍କ ଗଳାକାଟି ହତ୍ୟା କରାଯାଇଛି । ତେବେ କିଏ ଓ କାହିଁକି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ବଲରଇ ଅଞ୍ଚଳର ବାହାଦୁରପୁର ଗାଁର ଜୟବୀରଙ୍କର ତିନିଝିଅ ଏବଂ ଚାରି ପୁଅ ଅଛନ୍ତି । ଜୟବୀର, ତାଙ୍କ ପତ୍ନୀ ଏବଂ ପୁଅ ରବିବାର ସନ୍ଧ୍ୟାରେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଘରେ ତାଙ୍କ ତିନି ଝିଅ ଅଞ୍ଜଳି (୧୮), ସୁରବି(୭) ଏବଂ ରୋଶନି(୫) ଥିଲେ ।

ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅଞ୍ଜଳି ସାନ ଭଉଣୀମାନଙ୍କୁ ଘରେ ଛାଡ଼ି କ୍ଷେତକୁ ଯାଇଥିଲେ । ସେ ୧୦ ମିନିଟ୍ ପରେ ଘରକୁ ଫେରିବା ପରେ ସୁରବି ଏବଂ ରୋଶନୀଙ୍କୁ ଦେଖିବାକୁ ପାଇନଥିଲେ । ଏହାପରେ ସେ ଘର ଭିତରେ ଦୁଇ ଭଉଣୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଦାଗ ମଧ୍ୟ ଥିବା ଦେଖିବାକୁ ପାଇଥିଲେ । ଏହାପରେ ଅଞ୍ଜଳି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରିବାର ଲୋକେ ଖବର ପାଇ ଚାଷ ଜମିରୁ ଆସି ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭଉଣୀଙ୍କ ମୃତଦେହକୁ ଉଦ୍ଧାର କରିଛି । ଅଧିକ ତଦନ୍ତ ପାଇଁ ଫରେନସିକ୍ ଦଳକୁ ମଧ୍ୟ ଡକାଯାଇଛି।

ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ହସ୍ପିଟାଲକୁ ପଠାଇଛି । ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ, “ମୁଁ ଅପରାହ୍ନ ୪ଟା ସମୟରେ କ୍ଷେତକୁ ଯାଇଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଅପରାହ୍ନ ୫ ଟାରେ ଚାଷ ଜମିକୁ ଯାଇଥିଲେ । ଏହାପରେ ତାଙ୍କ ବଡ଼ ଝିଅ ଜମିକୁ କାମ କରିବାକୁ ଯାଇଥିଲେ । ଘରର କବାଟ ଏହି ସମୟରେ ଖୋଲାଥିଲା । ଅଞ୍ଚଳି ଘରକୁ ଆସି ଦେଖିବା ପରେ ସାନ ଦୁଇ ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲା । ଆମର କାହା ସହିତ ଶତ୍ରୁତା ନାହିଁ କିଏ ଓ କାହିଁକି ମୋ ଝିଅଙ୍କୁ ହତ୍ୟା କଲା ତାର କାରଣ ମଧ୍ୟ ଆମକୁ ଜଣାନାହିଁ । ଏ ସମ୍ପର୍କରେ କାନପୁର ରେଞ୍ଜ୍ ଆଇଜି ପ୍ରଶାନ୍ତ କୁମାର କହିଛନ୍ତି, “ଘଟଣାର ତଦନ୍ତ ଚାଲିଛି । ଘଟଣାରେ ଅଧିକ ତଦନ୍ତ ପାଇଁ କାନପୁରରୁ ଫରେନସିକ୍ ଟିମକୁ ଡକାଯାଇଛି । ଦୁଇ ଭଉଣୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତଦନ୍ତକୁ ଜୋରଦାର କରାଯାଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button