
IBN ଓଡିଶା(ବ୍ୟୁରୋ):-କଟକ: ସୋସିଆଲ ମିଡ଼ିଆରେ ହିନ୍ଦୁ ବିରୋଧି ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବକ । ଫେସବୁକ ରୁ ନମ୍ବର ସଂଗ୍ରହ କରି ଉତ୍ତର ପ୍ରଦେଶ ଜିଲ୍ଲା ହିନ୍ଦୁ ବାହିନୀ ର ଅଧକ୍ଷ କୂଳଦୀପ ପାଞ୍ଚାଲ ଙ୍କୁ ଫୋନ ରେ ଜଣେ ଯୁବକ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଭାରତ ମାତା ପ୍ରତି ଆପତ୍ତି ଜନକ ଶବ୍ଦ ପୋଷ୍ଟ କରିବା ଏବଂ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୂଖ୍ୟ ମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ବାରମ୍ବାର ଦେବା ନେଇ ଉତ୍ତର ପ୍ରଦେଶ ପୋଲିସ ପାଖରେ ଅଭିଯୋଗ କରିଥିଲେ ହିନ୍ଦୁ ବହାନି ଅଧକ୍ଷ କୂଳଦୀପ ପାଞ୍ଚାଲ। ଏହାକୁ ଆଧାର କରି ଉତ୍ତର ପ୍ରଦେଶ ପୋଲିସ ଫୋନ କଲ ଟ୍ରେସିଂ କରି ସଂପୃକ୍ତ ଯୁବକ ଓଡ଼ିଶା ର କଟକ ସାଲେପୁର ଥାନା କୁସମ୍ଭି ଗାଁର ସୟଦ ହସନ ଅହମ୍ମଦ କୁ ସାଲେପୁର ପୋଲିସ ସହାୟତାରେ ଗିରଫ କଲା ଉତ୍ତର ପ୍ରଦେଶ ପୋଲିସ । ଉତ୍ତର ପ୍ରଦେଶ ଥାନା କେଶ ନଂ 201 ଆଇପିସି ର 124 A, 507, 153A ଓ 504 ଦଫା ରେ ମାମଲା ରୁଜ କରି ଗତକାଲି ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି ।ଆଜି କୋର୍ଟ ରେ ହାଜର କରିବ ଉତ୍ତର ପ୍ରଦେଶ ପୋଲିସ।