ଚାଷୀ ର ସାହାରା ହେଲା ହିମାଂଶୁ

IBNଓଡିଶା(ବ୍ୟୁରୋ):-ଯାଜପୁର:ଧର୍ମଶାଳା:- ଲିକୁ ଭାଇ… ଲିକୁ ଭାଇ… ଲିକୁ ଭାଇ… ଏହି ନାଁ ଟି କହିଲେ କେବଳ ଜଣେ ମାନବ ର ନାମ କୁ ବୁଝାଏ ତା ନୁହେଁ ବରଂ ଯିଏ ପ୍ରକୃତ ମାନବ ସମାଜ ର ହୃଦୟରେ ସର୍ବଦା ସ୍ଥାନ ପାଇଛି ସେ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଗଢି ଉଠି ଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ(ଲିକୁ ଭାଇ)। ଜଣେ ନିଃସ୍ୱାର୍ଥପର ମଣିଷ ପରି ମଣିଷ ଟିଏ।କଥାରେ ଅଛି ମାନବ ସେବା ହିଁ ମାଧବ ସେବା।ଯାହା ଆଜି ଯାଜପୁର ଜିଲ୍ଲା ନୁହଁ ବରଂ ସମଗ୍ର ରାଜ୍ୟରେ ଗରିବ ର ଦରଦୀ ବନ୍ଧୁ ସହ ସମସ୍ତଙ୍କର ପ୍ରିୟ ପାତ୍ର ପାଲଟିଛନ୍ତି ହିମାଂଶୁ।
ଗୋଟେ ପଟେ ସାରା ବିଶ୍ୱ କରୋନା କବଳ ରେ ଥିବା ବେଳେ ଅନ୍ୟପଟେ ଯଦି କହିବା କରୋନା ହିଁ ପ୍ରକୃତ ଗରିବ ଆଉ ଅସହାୟ ଙ୍କ ଚେହେରା କୁ ଆଜି ପଦାକୁ ଆଣିଥିଲା।ଆଉ ସେଇ ମାନଙ୍କ ବନ୍ଧୁ ଅଚାନକ ସାଜି ଥିଲେ ହିମାଂଶୁ।ଦୀର୍ଘ ୫ ମାସ ରୁ ଉର୍ଦ୍ଧ୍ବ ଦିନ ଧରି ଯାଜପୁର ଜିଲ୍ଲା ସହ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଏମିତିକି ରାଜ୍ୟ ବାହାରେ ମଧ୍ୟ ଫସି ରହିଥିବା ପ୍ରବାସୀ ଙ୍କୁ ସହଯୋଗ ର ହାତ ବଢ଼ାଇ ଆସିଛନ୍ତି ହିମାଂଶୁ।
- ଗୋଟେ ପଟେ କରୋନା ପରି ମହାମାରୀ ସାରା ବିଶ୍ୱ କୁ ଭୟଭୀତ କରି ଥିବା ବେଳେ ଅନ୍ୟପଟେ ଏବେ ବନ୍ୟା ଆସି ଚାଷୀ କୁଳ କୁ ହତାଶ କରିଦେଇଛି।ଏପଟେ ପ୍ରବଳ ବର୍ଷା ପାଇଁ ଧର୍ମଶାଳା ବ୍ଳକ୍ ର କୋତପୁର ପଂଚାୟତ ର ଏଲରପୁର, ମୁରତପୁର, କୋତପୁର, ସାନରାଇପଡା ,ସାନନହରନଗରା , ଅଚଂଳରେ ପାଣି ପଶି ସହ ସହ ଏକର ଜମି ଏବଂ ଆଖପାଖ ରେ ଥିବା ସମସ୍ତ ଗ୍ରାମ ବାସିନ୍ଦା ଙ୍କ ଘରେ ପାଣି ପସି ସବୁ ନଷ୍ଟ କରିଦେଇଛି ।ଜଳ ନିଷ୍କାସନ ର କୈାଣସି ବାଟ ନରିହିବାରୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଜଳନିଷ୍କାସନ ବିଭାଗ ର SDO ଙ୍କୁ ନେଇ ସେଠାକାର ଚାଷୀ ସମସ୍ୟକୁ ସମାଧାନ କରିଥିଲେ। ଜଳମଗ୍ନ ହେଇ ରହିଥିବା ଯାଗା ଗୁଡ଼ିକରୁ ଦୁଇ ରୁ ତିନି ଦିନ ଭିତରେ ମେସିନ୍ ଦ୍ଵାରା ଜଳ ନିଷ୍କାସନ ହେବ ବୋଲି SDO ଘୋଷଣା କରିଛନ୍ତି।ଅନ୍ୟପଟେ ଉତ୍ତରପ୍ରତାପ ଗ୍ରାମ ପଞ୍ଚାୟତର ନରସିଂହପୁର ଗ୍ରାମର ସନ୍ତୋଷ ଦାସ ଙ୍କ ଘରେ ପାଣି ପଶି ତାଙ୍କ ଘର ଭାଙ୍ଗିଯାଇଥିବା ରୁ ସମସ୍ତ ଙ୍କ ପ୍ରିୟ ହିମାଂଶୁ ଶେଖର ସାହୁ (ଲିକୁ ଭାଇ) ପହଞ୍ଚି ତାଙ୍କ ଘରର ମରାମତି ପାଇଁ ପାଲ ଏବଂ ଆର୍ଥିକ ସହାୟତା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।ସେହିପରି ସିଂହାପୁର ପଞ୍ଚାୟତ ର ବ୍ରାହ୍ମଣ ବାଡ଼ ଗ୍ରାମ ର କେଶବ ଦାସ ନାମକ ଜଣେ ବ୍ୟକ୍ତି ଜଣେ ଭିନ୍ନକ୍ଷମ ଯେକି ଭିକ୍ଷା ବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରନ୍ତି।ଏପଟେ ଏହି ଲଗାଣ ବର୍ଷା ରେ ତାଙ୍କ ଘର ଭାଙ୍ଗିଯାଇଥିବା ସମୟରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ତାଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ପାଲ ଓ ଆର୍ଥିକ ସହାୟତା କରିଥିଲେ। ସେହି ଗ୍ରାମର ଗ୍ରାମବାସୀମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ନଠୁଆବର ଗ୍ରାମପଞ୍ଚାୟତ ର ଆଦମ୍ବପୁର ଗ୍ରାମ ର ବୁଧୁରାମ ନାମକ ଜଣେ ବ୍ୟକ୍ତି ଜଳମଗ୍ନ ଅବସ୍ଥାରେ ଥିବା ରୁ ତାଙ୍କ ପାଖରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ସେହି ଗ୍ରାମ ର ଗ୍ରାମଦେବତୀ ମା ଜାଗୁଳେଇ ଙ୍କ ମନ୍ଦିର ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ। ହିମାଂଶୁ ଙ୍କ ଏଭଳି କାଯ୍ୟ ଧାରା ପାଇଁ ଆଜି ଯେ ସମଗ୍ର ଜିଲ୍ଲା ସହ ରାଜ୍ୟ ରେ ମଧ୍ୟ ଲୋକପ୍ରିୟତା ହାସଲ କରି ପାରିଛନ୍ତି।