ରାଜ୍ୟ

ବିପଦ ସଂକେତ ଉପରେ ବୈତରଣୀ, ଜନବସତିକୁ ବନ୍ୟାପାଣି ମାଡ଼ିଯିବା ଆଶଙ୍କା – Ibnodisha

[ad_1]

ଆଖୁଆପଦା : ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଜଳ ଆସିଥିବା ସୂଚନା ମିଳିଛି । ବୈତରଣୀ ନଦୀର ବନ୍ୟା ଜଳ ବିଶେଷ କରି ଚାଷୀ କୂଳକୁ ଚିନ୍ତାରେ ପକାଇଛି । ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଲେ ଯାଜପୁର ଜିଲ୍ଲାର ଦଶରଥପୁର ପ୍ରତି ବିପଦ ଆଣିବ। ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ଗତକାଲି ବୈତରଣୀ ନଦୀବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା।ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ନଦୀ ବନ୍ଧ ମରାମତି ନାଁରେ ଜଳ ସଂପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ି କରଣ ପାଇଁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଠିକାଦାର ନିହାର ମାନ୍ଧାତା ବନ୍ଧ ସଂପ୍ରସାରଣ କାର୍ଯ୍ୟ କରାଇଛନ୍ତି । ହେଲେ ନଦୀ ବନ୍ଧ ତଳୁ ମାଟି କାଢି ବନ୍ଧ ଉପରେ ପକାଯାଇଛି । ବାଲିଆ ମାଟିିରେ କାର୍ଯ୍ୟ କରିବା ସହ ଠିକ ଭାବରେ ରୋଲିଂ କରାଯାଇନାହିଁ । ତେଣୁ ବନ୍ଧ ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button