ରାଜ୍ୟ

ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ ଉଦ୍ଧାର – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଗତକାଲି ଅପହୃତ ହୋଇଥିବା ବର୍ଷକର ଶିଶୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପାରିବାରିକ କଳହରୁ ଶିଶୁକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍‌ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ।

ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଖୋଳତାଡ଼ କରି ଶିଶୁଟିକୁ ଉଦ୍ଧାର କରିଛି। ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ କାରଣ ପାଇଁ ପାରିବାରିକ କଳହ ଲାଗିଥିଲା, କେଉଁଥି ପାଇଁ ପିଲାଟିକୁ ସର୍ମ୍ପକୀୟ ମାନେ ଅପହରଣ କରିନେଇଥିଲେ ପୁଲିସ ତାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button