ଖେଳ

ଆଇପିଏଲ୍ ନିଲାମ: ଜାଣନ୍ତୁ କାହାକୁ କିଣିଲା କିଏ କେତେ ଟଙ୍କାରେ…. – Ibnodisha

[ad_1]

-ଭାରତୀୟଙ୍କ ମଧ୍ୟରେ ହର୍ଷଲ ଦାମୀ, କମିନ୍ସ ୨୦.୫କୋଟି
-୧୦ ଫ୍ରାଞ୍ଚାଇଜ୍ କିଣିଲେ ୭୨ ଖେଳାଳି
-ବିକ୍ରି ହେଲେନି କୁଲଦୀପ, ସ୍ମିଥ୍‌, ହେଜଲଉଡ୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଇତିହାସରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଦୀର୍ଘ ୮ ବର୍ଷ ପରେ ଆଇପିଏଲ୍ ଖେଳିବା ପାଇଁ ପଞ୍ଜିକରଣ କରିଥିବା ଷ୍ଟାର୍କଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟି ଟଙ୍କା ବ୍ୟୟରେ କିଣିଛି । ଆଇପିଏଲ୍ ୨୦୨୪ ନିଲାମରେ ଏହି ବାମହାତୀ ପେସର୍ ରେକର୍ଡ ସୃଷ୍ଟି କରିଛନ୍ତି । ମଙ୍ଗଳବାର ଦୁବାଇରେ ଆଇପିଏଲ୍‌ର ନିଲାମୀରେ ସେ ତାଙ୍କ ସାଥି ତଥା ବିଶ୍ୱବିଜୟୀ ଅଧିନାୟକ ପ୍ୟାଟ କମିନ୍ସଙ୍କ ରେକର୍ଡକୁ ଭଙ୍ଗ କରିଥିଲେ । ନିଲାମୀ ଆରମ୍ଭରେ ଷ୍ଟାର୍କଙ୍କ ପୂର୍ବରୁ କମିନ୍ସଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା । ଏହି ଅଷ୍ଟ୍ରେଲୀୟ ଫାଷ୍ଟ ବୋଲିଂ ଯୋଡି ପ୍ରଥମ ଦୁଇ ଖେଳାଳି ଭାବରେ ନିଲାମ ଇତିହାସରେ ୨୦ କୋଟି ମାର୍କ ଭଙ୍ଗ କରିଛନ୍ତି । ଗତ ବର୍ଷ ଇଂଲଣ୍ଡର ସାମ୍ କୁରାନ ୧୮.୫୦ କୋଟି ଟଙ୍କାରେ ନିଲାମ ହୋଇଥିଲେ ।

ଆଠ ବର୍ଷ ପୂର୍ବେ ଆଇପିଏଲ୍ ଖେଳିଥିବା ଷ୍ଟାର୍କ ୭.୧୭ ହାରରେ ୨୦୧୪ ଏବଂ ୨୦୧୫ ଆଇପିଏଲ୍‌ରେ ୨୭ ଟି ମ୍ୟାଚରୁ ୩୪ ୱିକେଟ୍ ନେଇଥିଲେ । ସେ ୧୨୧ ଟି-୨୦ ମ୍ୟାଚରୁ ୭.୪୫ ଅର୍ଥନୀତିରେ ୧୭୦ ୱିକେଟ୍ ନେଇଛନ୍ତି । ଷ୍ଟାର୍କଙ୍କ ପାଇଁ କୋଲକାତା ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଟ୍‌କ୍‌ର ହୋଇଥିଲା । ଶେଷରେ କୋଲକାତା ନିଲାମୀ ଜିତିଥିଲେ ।  ଶେଷ ଥର ପାଇଁ ସେ ୨୦୧୮ ରେ ଷ୍ଟାର୍କଙ୍କୁ  କୋଲକାତା ନାଇଟ ରାଇଡର୍ସ ୯.୪୦ କୋଟିରେ କିଣିଥିଲା । କିନ୍ତୁ ଆହତ ସମ୍ୟା ପାଇଁ ଷ୍ଟାର୍କ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ।  ଅନ୍ୟ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଅଲଜାରି ଜୋସେଫଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧.୫୦ କୋଟି ଟଙ୍କାରେ କିଣିଥିଲା । ବାଙ୍ଗାଲୋରର ପୂର୍ବତନ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ପଞ୍ଜାବ କିଙ୍ଗସ୍ ୧୧.୭୫ କୋଟିରେ ଜିତିଥିଲା । ଭାରତୀୟଙ୍କ କ୍ଷେତ୍ରରେ ହର୍ଷଲ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ ।

ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ୬.୪୦ କୋଟିରେ ନିଜପଟରେ କରିବାକୁ ସକ୍ଷମ ହୋଇଥିଲା । ଉମେଶ ଯାଦବ (ଜିଟି) ଏବଂ ଶାର୍ଦ୍ଦୁଲ ଠାକୁର (ଚେନ୍ନାଇ) ଯଥାକ୍ରମେ ୫.୮୦ କୋଟି ଏବଂ ୪ କୋଟି ପାଇଁ ସ୍ୱାକ୍ଷରିତ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟିରେ ଦକ୍ଷିଣ ଆଫ୍ରିକାର ଅପଷ୍ଟାର୍ଟ ଜେରାଲ୍ଡ କୋଟଜୀ ଏବଂ ଶ୍ରୀଲଙ୍କାର ବାମହାତୀ ଦିଲଶାନ ମଦୁଶଙ୍କାଙ୍କୁ ୪.୬ କୋଟିରେ ନିଲାମୀ ଜିତିଛି । ଏହି ନିଲାମୀରେ ଭାରତର ଏକମାତ୍ର ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କୁ କେହି ନକିଣିବା ସବୁଠାରୁ ଆଶ୍ଚର୍ଯ୍ୟ ରହିଥିଲା । ତାଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ୍ ସ୍ମିଥ ଓ ଦ୍ରୁତ ବୋଲର ଜୋଶ ହେଜଲଉଡ୍‌ଙ୍କ ପରି ବହୁ ଖେଳାଳିଙ୍କୁ କେହି ନିଲାମରେ ନେଇନଥିଲେ ।

ଚର୍ଚ୍ଚାରେ ରିଜ୍‌ଭି ଓ ଦୁବେ
ମଙ୍ଗଳବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୪ ନିଲାମରେ ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ଡେବ୍ୟୁ କରିନଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ସମୀର ରିଜଭି ଏବଂ ଶୁଭମ୍ ଦୁବେ ଆଶ୍ଚର୍ଯ୍ୟଜନକ ଭାବେ ଉଭା ହୋଇଥିଲେ । ରାଜସ୍ଥାନ ରୟାଲ୍ସ ଦୁବେଙ୍କୁ ୫.୮ କୋଟି ଟଙ୍କାରେ ନେଇଥିବାବେଳେ ରିଜଭିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ୮.୪ କୋଟି ଟଙ୍କାରେ କିଣିଛି । ଘରୋଇ କ୍ରିକେଟରେ ଦୁବେ ବିଦର୍ଭ ପାଇଁ ଖେଳୁଥିବାବେଳେ ରିଜଭି ଉତ୍ତରପ୍ରଦେଶ ପାଇଁ ଖେଳନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫିରେ ଦୁବେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଯେଉଁଠାରେ ସେ ୧୮୭.୨୮ ଷ୍ଟ୍ରାଇକ୍ ହାରରେ ୭ ଇନିଂସରେ ୨୨୧ ରନ୍ ସ୍କୋର କରିଥିଲେ । ସେ ବଙ୍ଗଳା ବିପକ୍ଷରେ ବିଦର୍ଭର ରେକର୍ଡ ରନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯେଉଁଠାରେ ସେ ଇମ୍ପାକ୍ଟ ପ୍ଲେୟାର ଭାବରେ ବ୍ୟାଟିଂ କରିଥିଲେ । ସେ ମାତ୍ର ୨୦ ଟି ବଲରୁ ଅପରାଜିତ ୫୮ ସ୍କୋର କରିଥିଲେ ।  ଅନ୍ୟପକ୍ଷରେ ରିଜଭି ୟୁପି ଟି -୨୦ ଲିଗରେ କାନପୁର ସୁପରଷ୍ଟାରଙ୍କ ପାଇଁ ସର୍ବାଧିକ  ଛକା ମାରିଥିଲେ । ସେ ଦୁଇଟି ବିସ୍ଫୋରକ ଶତକ ସହ ପ୍ରତିଯୋଗିତାରେ ୪୫୫ ରନ୍ ସ୍କୋର କରିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ଏକାଧିକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହିତ ପରୀକ୍ଷଣ କରିଥିଲା । ରିଜଭି ୧୩୯.୮୯ ଷ୍ଟ୍ରାଇକ୍ ହାରରେ ସୟଦ ମୁସ୍ତାକ୍ ଅଲି ଟି -୨୦ ଟ୍ରଫିର ଶ୍ରେଷ୍ଠ ୧୦ ଜଣ ହିଟର୍ ମଧ୍ୟରେ ଥିଲେ ।

ବିକ୍ରି ହୋଇଥିବା ଖେଳାଳିମାନଙ୍କର ସମ୍ପୂର୍ଣ୍ଣ ତାଲିକା
ରୋଭମାନ ପୱେଲ -ରାଜସ୍ଥାନ ରୟାଲ୍ସ ୭.୪୦ କୋଟି
ହ୍ୟାରି ବ୍ରୁକ୍‌ -ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି
ଟ୍ରାଭିସ୍ ହେଡ୍‌ -ସନରାଇଜର୍ସ ହାଇଦ୍ରାବାଦ ୬.୮୦ କୋଟି
ୱାନିନ୍ଦୁ ହାସରାଙ୍ଗା -ସନରାଇଜର୍ସ ହାଇଦ୍ରାବାଦ ୧.୫୦ କୋଟି
ରାଚିନ୍ ରବିନ୍ଦ୍ର -ଚେନ୍ନାଇ ସୁପର କିଙ୍ଗସ୍‌ ୧.୮୦ କୋଟି
ଶାର୍ଦ୍ଦୁଲ ଠାକୁର -ଚେନ୍ନାଇ ସୁପର କିଙ୍ଗସ୍‌ ୪ କୋଟି
ଆଜମତୁଲ୍ଲା ଓମାରଜାଇ- ଗୁଜୁରାଟ ଟାଇଟାନ୍ସ ୫୦.୮ ଲକ୍ଷ
ପ୍ୟାଟ୍ କମିନ -ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି
ଜେରାଲ୍ଡ କୋଟଜି -ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟି
ହର୍ଷଲ ପଟେଲ -ପଞ୍ଜାବ କିଙ୍ଗ ୧୧.୭୫ କୋଟି
ଡାରିଲ୍ ମିଚେଲ୍‌ -ଚେନ୍ନାଇ ସୁପର କିଙ୍ଗସ୍‌ ୧୪ କୋଟି
କ୍ରିସ୍ ୱକସ ପଞ୍ଜାବ -କିଙ୍ଗସ ୪.୨୦ କୋଟି
ତ୍ରିଷ୍ଟାନ୍ ଷ୍ଟବ୍ସ -ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷ
କେ.ଏସ୍ ଭରତ -କୋଲକାତା ନାଇଟ୍ ରାଇଡର୍ସ ୫୦ ଲକ୍ଷ
ଚେତନ ସାକାରିଆ -କୋଲକାତା ନାଇଟ୍ ରାଇଡର୍ସ ୫୦ ଲକ୍ଷ
ଅଲଜାରି ଜୋସେଫ -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧.୫୦ କୋଟି
ଉମେଶ ଯାଦବ -ଗୁଜୁରାଟ ଟାଇଟନ୍ସ ୫.୮ କୋଟି
ଶିବମ୍ ମାଭି -ଲକ୍ଷ୍ନୌ ସୁପର ଜଏଣ୍ଟସ୍‌ ୬.୪୦ କୋଟି
ମିଚେଲ ଷ୍ଟାର୍କ -କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟି
ଜୟଦେବ ଉନାଦକାତ -ସନରାଇଜର୍ସ ହାଇଦ୍ରାବାଦ ୧.୬୦ କୋଟି
ଦିଲଶାନ ମଦୁଶଙ୍କା -ମୁମ୍ବାଇ ଇଣ୍ଡିଆନ୍ସ ୪.୬ କୋଟି
ଶୁଭମ୍ ଦୁବେ -ରାଜସ୍ଥାନ ରୟାଲ୍ସ ୫.୮୦ କୋଟି
ସମୀର ରିଜଭି -ଚେନ୍ନାଇ ସୁପର କିଙ୍ଗ ୮.୪୦ କୋଟି
ଅଙ୍ଗକ୍ରିଷ ରଘୁଭାନ୍ସି -କୋଲକାତା ନାଇଟ୍ ରାଇଡର୍ସ ୨୦ ଲକ୍ଷ
ଅର୍ଶିନ କୁଲକର୍ଣ୍ଣି -ଲକ୍ଷ୍ନ ସୁପର ଜିଆଣ୍ଟସ୍‌ ୨୦ ଲକ୍ଷ
ଶାହାରୁଖ ଖାନ -ଗୁଜୁରାଟ ଟାଇଟାନ୍ସ ୭.୪୦ କୋଟି
ରମଣଦୀପ ସିଂ- କୋଲକାତା ନାଇଟ୍ ରାଇଡର୍ସ ୨୦ ଲକ୍ଷ
ଟମ୍ କୋହଲର୍ -କ୍ୟାଡମୋର ରାଜସ୍ଥାନ ରୟାଲ୍ସ ୪୦ ଲକ୍ଷ
ରିକି ଭୁଇ -ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଲକ୍ଷ
କୁମାର କୁଶାଗ୍ରା- ଦିଲ୍ଲୀ ରାଜଧାନୀ ୭.୨ କୋଟି
ୟଶ ଦୟାଲ -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ କୋଟି
ସୁଶାନ୍ତ ମିଶ -ଗୁଜୁରାଟ ଟାଇଟାନ୍ସ ୨.୨୦ କୋଟି
ଆକାଶ ସିଂ- ସନରାଇଜର୍ସ ହାଇଦ୍ରାବାଦ ୨୦ ଲକ୍ଷ
କାର୍ତ୍ତିକ ତ୍ୟାଗି -ଗୁଜୁରାଟ ଟାଇଟାନ୍ସ ୬୦ ଲକ୍ଷ
ରସିଖ ଦାର -ଦିଲ୍ଲୀ ରାଜଧାନୀ ୨୦ ଲକ୍ଷ
ମନଭ ସୂତାର -ଗୁଜୁରାଟ ଟାଇଟାନ୍ସ ୨୦ ଲକ୍ଷ
ମି ସିଦ୍ଧାର୍ଥ -ଗୁଜୁରାଟ ଟାଇଟାନ ୨.୪୦ ଲକ୍ଷ
ଶ୍ରେୟାସ ଗୋପାଳ -ମୁମ୍ବାଇ ଇଣ୍ଡିଆନ ୨୦ ଲକ୍ଷ
ଶେର୍ଫେନ୍ ରାଉଟରଫୋର୍ଡ -କୋଲକାତା ନାଇଟ୍ ରାଇଡର୍ସ ୧.୫ କୋଟି
ଆଷ୍ଟନ୍ ଟର୍ନର -ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ୧ କୋଟି
ଟମ୍ କୁରାନ -ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧.୫ କୋଟି
ଡେଭିଡ ୱିଲି -ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨ କୋଟି
ସ୍ପେନ୍ସର ଜନସନ -ଗୁଜୁରାଟ ଟାଇଟାନ୍ସ ୧୦ କୋଟି
ମୁସ୍ତାଫିଜୁର ରହମାନ- ଚେନ୍ନାଇ ସୁପର କିଙ୍ଗସ୍‌ ୨ କୋଟି
ଝେ ରିଚାର୍ଡସନ -ଦିଲ୍ଲୀ କ୍ୟାପିଟାଲ୍ସ ୫ କୋଟି
ନୁୱାନ୍ ଥିଶାରା -ମୁମ୍ବାଇ ଇଣ୍ଡିଆନ୍ସ ୪.୮୦ କୋଟି
ନମନ୍ ଧୀର -ମୁମ୍ବାଇ ଇଣ୍ଡିଆନ ୨୦ ଲକ୍ଷ ୪୮
ଅନସୁଲ କାମ୍ବୋଜ -ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ
ସୁମିତ କୁମାର -ଦିଲ୍ଲୀ କ୍ୟାପିଟାଲ୍ସ ୧ କୋଟି
ଆଶୁତୋଷ ଶର୍ମା -ପଞ୍ଜାବ କିଙ୍ଗସ୍‌ ୨୦ ଲକ୍ଷ
ବିଶ୍ୱନାଥ ପ୍ରତାପ ସିଂ – ପଞ୍ଜାବ କିଙ୍ଗସ ୨୦ ଲକ୍ଷ
ଶଶାଙ୍କ ସିଂ – ପଞ୍ଜାବ କିଙ୍ଗସ୍‌ ୨୦ ଲକ୍ଷ
ତନୟ ଥାୟାରାଜାନ୍‌- ପଞ୍ଜାବ କିଙ୍ଗସ୍‌ ୨୦ ଲକ୍ଷ
ରବିନ୍ ମିନଜ୍‌ -ଗୁଜୁରାଟ ଟାଇଟାନ୍ସ ୩.୬୦ କୋଟି
ପ୍ରିନ୍ସ ଚୌଧୁରୀ -ପଞ୍ଜାବ କିଙ୍ଗସ୍‌ ୨୦ ଲକ୍ଷ
ଜଟାବେଧ ସୁବ୍ରମଣିୟମ -ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଲକ୍ଷ
ମନୀଷ ପାଣ୍ଡେ -କୋଲକାତା ନାଇଟ୍ ରାଇଡର୍ସ ୫୦ ଲକ୍ଷ
ରିଲି ରୁସୋ -ପଞ୍ଜାବ କିଙ୍ଗସ୍‌ ୮ କୋଟି
ଲକି ଫର୍ଗୁସନ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ କୋଟି
ମୁଜିବ ଉର ରେହମାନ- କୋଲକାତା ନାଇଟ୍ ରାଇଡସ ୨ କୋଟି
ମହମ୍ମଦ ଅର୍ଶଦ ଖାନ -ଲକ୍ଷୌ୍ନ ସୁପର ଜିଆଣ୍ଟସ ୨୦ ଲକ୍ଷ
ମହମ୍ମଦ ନବୀ- ମୁମ୍ବାଇ ଇଣ୍ଡିଆନ୍ସ ୧.୫୦ କୋଟି
ଶାଇ ହୋପ -ଦିଲ୍ଲୀ କ୍ୟାପିଟାଲ୍ସ ୭୫ ଲକ୍ଷ
ଗୁସ୍ ଆଟକିନ୍ସନ୍‌- କୋଲକାତା ନାଇଟ୍ ରାଇଡର୍ସ ୧ କୋଟି
ସ୍ୱସ୍ତିକ୍ ଚିକାରା -ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଲକ୍ଷ
ଆବିଦ୍ ମୁସ୍ତାକ୍‌- ରାଜସ୍ଥାନ ରୟାଲ ୨୦ ଲକ୍ଷ
ଶିବଲିକ୍ ଶର୍ମା -ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ
ସ୍ୱପ୍ନିଲ ସିଂ -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଲକ୍ଷ
ନନ୍ଦ୍ରେ ବର୍ଗର -ରାଜସ୍ଥାନ ରୟାଲ୍ସ ୫୦ ଲକ୍ଷ
ସାକିବ ହୁସେନ୍‌ -କୋଲକାତା ନାଇଟ୍ ରାଇଡର୍ସ ୨୦ ଲକ୍ଷ
ସୌରଭ ଚୌହାନ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଲକ୍ଷ
ଆରାଭେଲି ଅଭାନିଶ -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଲକ୍ଷ

The post ଆଇପିଏଲ୍ ନିଲାମ: ଜାଣନ୍ତୁ କାହାକୁ କିଣିଲା କିଏ କେତେ ଟଙ୍କାରେ…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button