ଖେଳ

ଦୀପା କର୍ମାକର ଜିମ୍ନାଷ୍ଟରୁ ନେଲେ ସନ୍ନ୍ୟାସ, ୨୦୧୬ରେ ମିଳିଥିଲା ଖେଳ ରତ୍ନ

ଭାରତୀୟ କ୍ରୀଡ଼ା ଜଗତରୁ ନୈରାଶ୍ୟଜନକ ଖବର । ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କରିଛନ୍ତି । ଦୀପା ୨୦୧୬ ରିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦରୁ ବଞ୍ଚିତ ହୋଇଥିଲେ ।

ଦୀପା ଅଲିମ୍ପିକ୍ସରେ ଖେଳିଥିବା ଭାରତର ପ୍ରଥମ ମହିଳା ଜିମ୍ନାଷ୍ଟ । ଦୀପା ରିଓ ଅଲିମ୍ପିକ୍ସରେ ମାତ୍ର ୦.୧୫ ଅଙ୍କରେ ମେଡାଲ ପାଇବାରୁ ବଞ୍ଚିତ ହୋଇଥିଲେ ।

ଦୀପାଙ୍କୁ ୨୦୧୬ରେ ଖେଳ ରତ୍ନ ଆଓ୍ୱାର୍ଡ ମିଳିଥିଲା । ଏହାଛଡା ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୮ରେ ତୁର୍କୀରେ ଅନୁଷ୍ଠିତ ହୋଇଥିବା ଏଫଆଇଜି ଆର୍ଟିଷ୍ଟିକ ଜିମ୍ସାଷ୍ଟିକ୍ସ ବିଶ୍ୱ ଚ୍ୟାଲେଞ୍ଜ କପରେ ବାଲ୍ଟ ପ୍ରିତିଯୋଗିତାରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ପାଇଥିଲେ ।

୩୧ ବର୍ଷୀୟ ଦୀପା ଗୋଲ୍ଡନେ ଗାର୍ଲ ଭାବେ ବେଶ ପରିଚିତ । ତ୍ରିପୁରା ବାସିନ୍ଦା ଦୀପା ଭାରତୀୟ ଜିମ୍ନାଷ୍ଟିକ୍ ଜଗତରେ ଜଣେ ଲୋକପ୍ରିୟ ଷ୍ଟାର । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରର୍ଦଶନ କରି ଚତୁର୍ଥ ସ୍ଥାନରେ ରହିଥିଲେ । ତାଙ୍କର ଏହି ସଫଳତା ଅନେକ ନୂଆ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା । କ୍ରୀଡ଼ା ଜଗତରୁ ଅବସର ନେଇ ଦୀପ ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି । ପୋଷ୍ଟ କରି ଭାବବିହ୍ୱଳ ହୋଇଛନ୍ତି ଦୀପା । ସେ କହିଛନ୍ତି, ମୁଁ ବହୁତ ଭାବିବା ପରେ ନିଷ୍ପତ୍ତି ନେଇଛି । ଜିମ୍ନାଷ୍ଟିକରୁ ସନ୍ନ୍ୟାସ ନେଉଛି । ଏହି ନିଷ୍ପତ୍ତି ସହଜ ନୁହେଁ, କିନ୍ତୁ ଏବେ ହିଁ ଠିକ୍‌ ସମୟ । ଜିମ୍ନାଷ୍ଟିକ ମୋ ଜୀବନର ସବୁଠୁ ବଡ ଅଂଶ ।

Related Articles

Leave a Reply

Your email address will not be published. Required fields are marked *

Back to top button