ଖେଳ

ବିଶ୍ୱକପ ମ୍ୟାଚ୍‌ ଟିକେଟ ଦାମ୍‌ ଆକାଶଛୁଆଁ – Ibnodisha

[ad_1]

ବ୍ୟୁରୋ : କ୍ରିକେଟ ଫ୍ୟାନ୍ସ ବିଶ୍ୱକପ ୨୦୨୩ ଖେଳକୁ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ ଭାରତରେ ବିଶ୍ୱକପ ମ୍ୟାଚ୍‌ ଖେଳାଯିବ । ତେଣୁ ହାଇଭୋଲଟେଜ ମ୍ୟାଚ ପାଇଁ ଫ୍ୟାନ୍ସ ରୋମାଞ୍ଚକ ହୋଇ ଟିକେଟ କିଣୁଛନ୍ତି । ହେଲେ ଟିକେଟ ବିକ୍ରିରେ ବଡ ସ୍କାମ ଦେଖିବାକୁ ମିଳିଛି । କିଛି ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ଲକ୍ଷେ ଟଙ୍କାରୁ ଅଧିକ ରହିଛି ।ଅହମଦାବାଦରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ୨୦୨୩ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ସାଉଥ ପ୍ରମିୟମ ୱେଷ୍ଟ ୱେ ଟିକେଟର ଦାମ୍‌ ୧୯,୫୧,୫୮୦ ଟଙ୍କା ରହିଥିବା ଭାଏଗୋଗୋ ସାଇଟରେ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ ଟିକେଟ ପାଇଁ ୬ ଘଣ୍ଟାରୁ ଅଧିକ ୱେଟିଂ ଲାଇନ ରହିଥିବା ବେଳେ ଅଫିସିଆଲ ଟିକେଟିଂ ପାର୍ଟନରବୁକମାଇସୋ.କମରେ କିଛି ମିନିଟରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ବର୍ତ୍ତମାନ ଟିକେଟ ଥିବା ଏହି ଗୋଟିଏ ସାଇଟରେ ଏତେ ମୂଲ୍ୟ ଦେଖି ତାଜୁବ ହୋଇଯାଇଛନ୍ତି ଗ୍ରାହକ।ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଅନ୍ୟ ଦେଶ ତୁଳନାରେ ଟିକେଟ ଦାମ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ସାଉଥ ପ୍ରିମିୟମ ୱେଷ୍ଟ ୱେ ପାଇଁ କେବଳ ୬ ହଜାର ଟଙ୍କା ରହିଛି । ଏଠାରେ ୧,୦୦୦, ୧,୫୦୦, ୨,୦୦୦ ଏବଂ ୩,୦୦୦ ଟଙ୍କା ଶସ୍ତାରେ ମଧ୍ୟ ଅପସନ ରହିଛି ।ସେହିପରି ଏହି ମ୍ୟାଚ୍‌ ପାଇଁ ଭାଏଗୋଗୋରେ ଟିକେଟ ଦାମ୍‌ ୬୬,୦୦୦ରୁ ଆରମ୍ଭ ହୋଇ ୧୯,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାଛଡା ଲକ୍ଷ୍ମୌରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ର ଟିକେଟ ଦାମ୍‌ ୨,୩୪,୬୩୨ ଟଙ୍କା ରହିଛି ।ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ ପାଇଁ ଶସ୍ତା ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ଦାମ୍‌ ୩୮,୮୭୭ ଟଙ୍କା ରହିଛି । ଯାହା କ୍ଲାସ ୧ ପାଇଁ ବଢି ୨, ୩୪,୬୨୨ ଟଙ୍କା ପର୍ଯ୍ୟନ୍ତ ରହିଛି ।ଚେନ୍ନାଇରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ୩୧,୩୪୦ରୁ ଆରମ୍ଭ କରି ୯,୩୧, ୨୯୫ ଟଙ୍କା ପର୍ଯ୍ୟନ୍ତ ରହିଛି ।ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଅକ୍ଟୋବର ୧୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button