ଖେଳ

ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ – Ibnodisha

[ad_1]

ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ । ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘର ସୂଚନା ଅନୁଯାୟୀ, ବିମାନ ଟେକ୍‌ ଅଫ୍‌ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ବେକ ଓ ମୁହଁରେ ଯନ୍ତ୍ରଣା ଯୋଗୁ ତାଙ୍କୁ ତୁରନ୍ତ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ଣ୍ଣାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ଣ୍ଣାଟକକୁ ମୟଙ୍କ ୨୯ ରନ୍‌ରେ ଜିତାଇଥିଲେ । ଏହି ମ୍ୟାଚ୍‌ ଶେଷ ହେବା ପରେ ସେ ଦଳ ସହ ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button