ଖେଳ

ସମାଲୋଚକଙ୍କୁ ରାହୁଲଙ୍କ କଡା ଜବାବ – Ibnodisha

[ad_1]

ବ୍ୟୁରୋ : ସମାଲୋଚକଙ୍କୁ ରାହୁଲ କଡା ଜବାବ ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶତକ ହାସଲ କରିବା ପରେ କେଏଲ ରାହୁଲଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତେବେ ରାହୁଲ ସମାଲୋଚକଙ୍କ ପ୍ରତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେଉଁମାନେ କିଛି ଦିନ ତଳେ ମୋତେ ସମାଲୋଚନା କରୁଥିଲେ ଏବେ ସେମାନେ ପ୍ରଶଂସା କରୁଛନ୍ତି । ୨୦୨୩ ଆଇପିଏଲ ଅବସରରେ ରାହୁଲ ଆଘାତପ୍ରାପ୍ତ ହୋଇଥିଲେ । ଏପରିକି ତାଙ୍କ ଚୟନ ନେଇ ଅନେକ ସିନିୟର ଖେଳାଳି ପ୍ରଶ୍ନ ଉଠାଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ଉପ ଅଧିନାୟକ ପଦରୁ ମଧ୍ୟ ହଟେଇ ଦିଆ ଯାଇଥିଲା । ରାହୁଲ ଡ୍ରାଭିଡଙ୍କ ପରାମର୍ଶ କ୍ରମେ ସେ ୱିକେଟକିପିଂ ବ୍ୟାଟ୍ସମ୍ୟାନ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳୁଛନ୍ତି । ଦିନିକିଆ ବିଶ୍ୱକପ ଏବଂ ଏବେ ଶତକ ହାସଲ କରି ସେ ଭଲ ଫର୍ମରେ ଥିବା ସୂଚନା ଦେଇଛନ୍ତି । ବାରମ୍ବାର ସମାଲୋଚନା କରାଯିବା ଦ୍ୱାରା ମୋ ଖେଳ ପ୍ରଭାବିତ ହୋଇଥିଲା ବୋଲି ସେ କହିଛନ୍ତି । ଅବଶ୍ୟ ଖରାପ ଫର୍ମ ଯୋଗୁ ମୁଁ ଖେଳକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ଫର୍ମ ଚିରସ୍ଥାୟୀ ନୁହେଁ । ଖରାପ ଖେଳିଲେ ପୁନର୍ବାର ସମାଲୋଚିତ ହେବି, ଏଥିପ୍ରତି ଧ୍ୟାନ ନ ଦେଇ ଯାହା ମୋ ପାଖରେ ଦକ୍ଷତା ରହିଛି ତାକୁ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button