ଖେଳ

ଭାରତୀୟ ହକିର ହିରୋ ଡ୍ରାଗ୍‌-ଫ୍ଲିକର୍ ହରମନପ୍ରୀତ ସିଂହ – Ibnodisha

[ad_1]

ଚେନ୍ନାଇରେ ଆୟୋଜିତ ହୋଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି (ପୁରୁଷ) ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ରେକର୍ଡ ଚତୁର୍ଥ ମୁକୁଟ ହାସଲ ପରେ କେତେକ ସମ୍ଭାବନାର ଉନ୍ମେଷ ହୋଇଛି। ଏହି ବିଜୟ ପରେ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ହାଙ୍ଗ୍‌ଝୁ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ବଢ଼ିଯାଇଛି। ଏସିଆଡ୍‌ରେ ମଧ୍ୟ ଭାରତ ସେହି ଟିମ୍‌ଗୁଡ଼ିକୁ ଭେଟିବ, ଯେଉଁମାନଙ୍କ ସହ ଚେନ୍ନାଇରେ ମୁହାଁମୁହିଁ ହୋଇଥିଲା। କେବଳ ଆୟୋଜନସ୍ଥଳ ଭିନ୍ନ ହେବ।

ଟିମ୍‌ର ଏହି ସଫଳତା ପଛରେ ଯେଉଁ ଖେଳାଳିଙ୍କ ବଡ଼ ଯୋଗଦାନ ରହିଥିଲା, ସେ ହେଲେ ଅଧିନାୟକ ହରମନପ୍ରୀତ ସିଂହ। ଏହି ଡ୍ରାଗ୍‌-ଫ୍ଲିକ୍ ବିଶେଷଜ୍ଞ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ନଅ ଗୋଲ୍ ସ୍କୋର୍ କରିଥିଲେ। ସେ ସେମିଫାଇନାଲ୍ ଓ ଫାଇନାଲ୍‌ରେ ବି ଗୋଲ୍ ଦେଇଥିଲେ। ମାଲେସିଆ ବିପକ୍ଷ ଫାଇନାଲ୍‌ରେ ସେ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଗୋଲ୍ ଦେଇ ଦୁର୍ବଳ ସ୍ଥିତିରେ ଥିବା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଶେଷରେ ଭାରତୀୟ ଟିମ୍ ୪-୩ରେ ମ୍ୟାଚ୍ ଜିତିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button