ଖେଳ

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢୁଛି ଫିଭର, ଷ୍ଟାଡିୟମରେ ମ୍ୟାଚ ଦେଖିବେ ମୋଦିଙ୍କ ସହ ବହୁ ଲିଜେଣ୍ଡ – Ibnodisha

[ad_1]

ବ୍ୟୁରୋ : କିଏ ହେବ କ୍ରିକେଟର କିଙ୍ଗ ? କାହାକୁ ମିଳିବ ବିଶ୍ୱକପ ମୁକୁଟ ? ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଦିନିକିଆ ବିଶ୍ବକପର ନିର୍ଣ୍ଣାୟକ ଲଢେଇ । ଏପଟେ ଫାଇନାଲ୍ ମ୍ୟାଚ୍ ଥିବାରୁ ଏବେ ହୋଟେଲ ଓ ବିମାନ ଟିକେଟ୍ ର ମୂଲ୍ୟ ଆକାଶଛୁଆଁ ହୋଇଛି । ଅନ୍ୟ ଦିନରେ ବେଙ୍ଗାଳୁରୁ-ଅହମଦାବାଦ ଟିକେଟ ମୂଲ୍ୟ ୫ ହଜାର ୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ। କିନ୍ତୁ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍ ଦେଖି ଯିବା ପାଇଁ ଲୋକେ ବିଶେଷ ଆଗ୍ରହୀ ଥିବାରୁ ଆସନ୍ତାକାଲି ଏହି ରୁଟରେ ଯାତ୍ରା କରିବା ପାଇଁ ଟିକେଟ୍ ର ମୂଲ୍ୟ ୩୩ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ହୋଟେଲ ଦର ୭ରୁ ୮ ଗୁଣା ବଢିଛି । ଫାଇଭ ଷ୍ଟାର ହୋଟେଲରେ ରହିବାକୁ ହେଲେ ଗୋଟିଏ ରାତିକୁ ୨ ଲକ୍ଷ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟ ରୁମର ଦର ୨୦ ହଜାରରୁ ଏକ ଲକ୍ଷ ୨୫ ହଜାର ପର୍ଯ୍ୟନ୍ତ ରହିଛି । ୩୦ରୁ ୪୦ ହଜାର ଦର୍ଶକ ବାହାର ରାଜ୍ୟରୁ ଅହମ୍ମଦାବାଦ ଆସିବେ । ପାଞ୍ଚଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହ ଲଢିବ ଦୁଇଥର ଚାମ୍ପିଅନ୍ ଭାରତ । ଗୁଜୁରାଟ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ମହାଲଢେଇର ମୂକସାକ୍ଷୀ ହୋଇରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ଉପସ୍ଥିତ ରହିବେ। ସେହିପରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ମଧ୍ୟ ମ୍ୟାଚର ମଜା ନେବେ। ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ସମେତ ବରିଷ୍ଠ ଫିଲ୍ମ ପ୍ରଯୋଜକ ରାଜାମୋଲି ମଧ୍ୟ ଫାଇନାଲ ଦେଖିବେ ।ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଉପସ୍ଥିତ ରହି ଟିମ ଇଣ୍ଡିଆର ଯୋଶ ବଢାଇବେ । ଏସବୁ ଭିତରେ ଚଳିତ ବିଶ୍ବକପରେ ଭାରତ ବାଜି ମାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ । କହିଛନ୍ତି ଜଣେ କି ଦୁଇ ଜଣ ନୁହଁ ଟିମର ସବୁ ଖେଳାଳି ଦମଦାର ଫର୍ମରେ ଅଛନ୍ତି । ସେପଟେ ଫାଇନାଲ ଦିନ ଦେଖିବାକୁ ମିଳିବ ଏୟାର ସୋ । ରବିବାର ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିବ ଚମତ୍କାର ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟ କିରଣ ଟିମ୍ ଏଥିରେ ସାମିଲ ହେବେ । ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ସୋ ପ୍ରଦର୍ଶିତ ହେବ । ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିବ । ୨୦୦୩ ବିଶ୍ବକପ୍ ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଏବେ ସେହି ପରାଜୟର ବଦଲା ନେବ ଭାରତ । ପୂର୍ବ ରେକର୍ଡ଼ ଅନୁସାରେ ଦୁଇ ଦଳ ବିଶ୍ବକପରେ ପରସ୍ପରକୁ ୧୨ ଥର ଭେଟିଛନ୍ତି । ସେଥିରୁ ୮ ଥର ଅଷ୍ଟ୍ରେଲିଆ ଜିତିଛି । ଚଳିତ ବିଶ୍ବକପରେ ବିରାଟଙ୍କ ଚମତ୍କାର ଫର୍ମ କଙ୍ଗାରୁଟିମର ଟେନସନ ବଢାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button