ଖେଳ

ଫାଇନାଲ୍‌ରେ ବୋପାନ୍ନା-ଏବଦେନ୍‌ ଯୋଡ଼ି – Ibnodisha

[ad_1]

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ଯୁଗଳରେ ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଦେନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ରେ ଏହି ଯୋଡ଼ି ଫ୍ରାନ୍ସର ନିକୋଲାସ୍‌ ମାହୁତ ଓ ପିରି ହ୍ୟୁଗ୍ସ ହର୍ବର୍ଟଙ୍କୁ ୭-୬, ୬-୨ରେ ପରାସ୍ତ କରିଛନ୍ତି। ଏହାଫଳରେ ୪୦ ବର୍ଷ ୬ ମାସ ବୟସରେ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରି ବୋପାନ୍ନା ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ପୂର୍ବରୁ ଏହି କୀର୍ତ୍ତିମାନ କାନାଡାର ଡାନିଏଲ୍‌ ନେଷ୍ଟରଙ୍କ ନାମରେ ରହିଥିଲା। ୨୦୧୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡାନିଏଲ୍‌ଙ୍କୁ ୪୩ ବର୍ଷ ୪ ମାସ ବୟସ ହୋଇଥିଲାବେଳେ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ବେଲାରୁଷର ଅରିନା ସାବାଲେଙ୍କା ଓ ଆମେରିକାର କୋକୋ ଗଫ୍‌ ୟୁଏସ୍‌ ଓପନ ମହିଳା ଏକକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ସାବାଲେଙ୍କା ୦-୬, ୭-୬, ୭-୬ରେ ୨୦୧୭ର ଫାଇନାଲିଷ୍ଟ ମାଡିସନ୍‌ କିଜ୍‌ଙ୍କୁ ହରାଇଥିଲେ। ଦ୍ବିତୀୟ ସେମିଫାଇନାଲ୍‌ରେ ଷଷ୍ଠ ସିଡ୍‌ ଗଫ୍‌ ୬-୪, ୬-୭ରେ ଚେକ୍‌ ରିପବ୍ଲିକ୍‌ର କାରୋ‌ଲିନା ମୁଚୋଭାଙ୍କୁ ପରାସ୍ତ କରିଥିଲେ। ରବିବାର ସାବାଲେଙ୍କା ଓ ଗଫ୍‌ଙ୍କ ମଧ୍ୟରେ ଫାଇନାଲ୍‌ ଖେଳାଯିବ। ଗଫ୍‌ ଓ ମୁଚୋଭାଙ୍କ ମଧ୍ୟରେ ମ୍ୟାଚ୍‌ ଚାଲୁଥିବା ସମୟରେ ପାଣିପାଗ ପରିବର୍ତ୍ତନ ଉପରେ କିଛି ଆନ୍ଦୋଳନକାରୀ ଷ୍ଟାଡିୟମ୍‌ ଭିତରେ ବିକ୍ଷୋଭ କରିବାକୁ ଖେଳ ପାଖାପାଖି ୫୦ ମିନିଟ୍‌ ବନ୍ଦ ରହିଥିଲା। ଗଫ୍‌ ୬-୪, ୧-୦ରେ ଆଗରେ ଥିବା ସମୟରେ ଗ୍ୟାଲେରିରେ ବସିଥିବା ୪ଜଣ ଦର୍ଶକ ଛିଡ଼ା ହୋଇ ଫସିଲ୍‌ ଫୁଏଲ୍‌ ବ୍ୟବହାର ବନ୍ଦ କରିବା ଉପରେ ନାରାବାଜି କରିଥିଲେ। ପରେ ପୁଲିସ୍‌ ଓ ସୁରକ୍ଷାକର୍ମୀ ସଂପୃକ୍ତ ବିକ୍ଷୋଭକାରୀଙ୍କୁ ନିଜ ହେପାଜତ୍‌କୁ ନେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ତିନି ମିନିଟ୍‌ର ୱାର୍ମଅପ୍‌ ସମୟ ଦିଆଯିବା ପରେ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା।

The post ଫାଇନାଲ୍‌ରେ ବୋପାନ୍ନା-ଏବଦେନ୍‌ ଯୋଡ଼ି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button