ଖେଳ

ବାସ୍ ଡି ଲିଡ୍‌ଙ୍କ ଅଲୋଡ଼ା ରେକର୍ଡ; ଦିନିକିଆରେ ସବୁଠୁ ମହଙ୍ଗା ବୋଲର୍‌ – Ibnodisha

[ad_1]

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ସ ବୋଲର୍ ବାସ୍ ଡେ ଲିଡ୍ ଦିନିକିଆ କ୍ରିକେଟ୍‌ରେ ସବୁଠୁ ମହଙ୍ଗା ବୋଲର୍ ହୋଇଛନ୍ତି । ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ ଡି ଲିଡ୍ ୧୦ ଓଭର୍‌ରେ ୧୧୫ ରନ୍ ଦେଇ ଏହି ଆଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି । ୨୩ ବର୍ଷୀୟ ଡି ଲିଡ୍ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ନିଜର ଅନ୍ତିମ ୨ ଓଭର୍‌ରେ ୪୩ ରନ୍ ବ୍ୟୟ କରିଥିଲେ । ତାଙ୍କର କୋଟା ୧୦ ଓଭର୍‌ରେ ୧୧.୮୦ ଇକୋନୋମିରେ ୧୩ ଚୌକା ଓ ୬ ଛକା ସହିତ ସେ ୧୧୫ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ହାସଲ କରିଥିଲେ ।

ଏହା ପୂର୍ବରୁ ଏହି ଅଲୋଡ଼ା ରେକର୍ଡ ଅଷ୍ଟ୍ରେଲିଆର ମିକ୍ ଲୁଇସ୍‌ଙ୍କ ନାମରେ ଥିଲା । ଜୋହାନ୍ସବର୍ଗରେ ଲୁଇସ୍ ୨୦୦୬ରେ ସାଉଥ୍ ଆଫ୍ରିକା ବିପକ୍ଷରେ ୧୧୩ ରନ୍ ବ୍ୟୟ କରିଥିଲେ । ଅଷ୍ଟ୍ରେଲୀୟ ସ୍ପିନର୍ (୧୧୩ ରନ୍‌) ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୱହାବ୍ ରିୟାଜ୍ (୨୦୧୬) ଓ ଆଫଗାନିସ୍ତାନର ରଶିଦ୍ ଖାନ୍ (୨୦୧୯) ୧୦ ଓଭର୍‌ରେ ୧୧୦ ରନ୍ ଲେଖାଏଁ ବ୍ୟୟ କରି ଶୀର୍ଷ ୫ ବୋଲର୍‌ଙ୍କ ମଧ୍ୟରେ ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button