ଦେଶ

ଚିନ୍‌ଙ୍କ ସମକକ୍ଷ ହେଲେ ୱାର୍ଣ୍ଣର୍‌ – Ibnodisha

[ad_1]

ନୂଆଦିଲ୍ଲୀ:  ବିସ୍ଫୋରକ ଅଷ୍ଟ୍ରେଲୀୟ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ ବୁଧବାର ବ୍ୟକ୍ତିଗତ ଷଷ୍ଠ ବିଶ୍ୱକପ୍ ଶତକ ହାସଲ କରିବା ସହିତ ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଭାରତରେ ଆୟୋଜିତ ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଅଷ୍ଟ୍ରେଲିଆର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ୱାର୍ଣ୍ଣର୍ ଏହି ଉପଲବ୍ଧିର ଅଧିକାରୀ ହୋଇଛନ୍ତି ।

ପାକିସ୍ତାନ ବିପକ୍ଷ ଚଳିତ ବିଶ୍ୱକପ୍ ମ୍ୟାଚ୍‌ରେ ୧୬୩ ରନ୍ କରିଥିବା ୱାର୍ଣ୍ଣର୍ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ୯୧ ବଲ୍‌ରେ ୧୧ ଚୌକା ଓ ତିନି ଛକା ସହାୟତାରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ନିକଟରେ ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ସଚିନ୍‌ଙ୍କ ୬ ବିଶ୍ୱକପ୍ ଶତକକୁ ଅତିକ୍ରମ କରି ୭ ଶତକ ସହିତ ତାଲିକା ଶୀର୍ଷରେ ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button