ରାଜ୍ୟ

୧୨ ଜିଲ୍ଲାରେ ଶୁଖିଲା ପଡ଼ିଛି ନଦୀ ଶ୍ରୋତ; ରାଜ୍ୟରେ କମୁଛି ନଦୀ ମାଛ ଉତ୍ପାଦନ – Ibnodisha

[ad_1]

ଭୁବନେଶ୍ୱର: ଛତିଶଗଡ଼ ଓ ଝାଡ଼ଖଣ୍ଡର ଦୌରାତ୍ମ୍ୟ ଯୋଗୁଁ ଉପରମୁଣ୍ଡରୁ ଜଳସ୍ରୋତ କମିବାରେ ଲାଗିଛି । ବର୍ଷା ଦିନରେ ବି ଓଡ଼ିଶାରେ ନଦୀଗୁଡ଼ିକରେ ଯେତିକି ଜଳ ପ୍ରବାହିତ ହେବା କଥା ହୋଇନାହିଁ । ବର୍ଷତମାମ ସ୍ଥିତି ଗମ୍ଭୀର । କିଛି ନଦୀ ବି ଶୁଖିଲା । ସେଥିପାଇଁ ନଦୀ ମାଛ ଉତ୍ପାଦନ ହାର ନିମ୍ନଗାମୀ ହୋଇଛି । ଫଳରେ ସରକାରୀ ଆକଳନ ଅନୁସାରେ ନଦୀ ଉପରେ ନିର୍ଭରଶୀଳ ପ୍ରାୟ ପାଞ୍ଚ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ମତ୍ସ୍ୟ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ଉପକୂଳ ରହିଛି । ୬.୮୬ ଲକ୍ଷ ହେକ୍ଟର ପରିମିତ ମଧୁର ଜଳକ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରି ଜଳ କ୍ଷେତ୍ର ଏବଂ ଭାରତର ସର୍ବବୃହତ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଖାରିକଳ ଚିଲିକା ହ୍ରଦକୁ ନେଇ ଓଡ଼ିଶା ମତ୍ସ୍ୟ ସମ୍ପଦ ପରିପୂର୍ଣ୍ଣ । ଦେଶର ଚତୁର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବେ ସୁନାମ ଅର୍ଜିଛି ଓଡ଼ିଶା । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୪ ଲକ୍ଷ ଲୋକ ନିର୍ଭରଶୀଳ । ଏଥିରେ କେବଳ ପାଞ୍ଚ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ବିଭିନ୍ନ ନଦୀରୁ ମାଛ ଧରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । ସେଥିପାଇଁ   ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ମାଛ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇଛି ରାଜ୍ୟ । ସରକାର ବ୍ୟାପକ ନିଯୁକ୍ତି ସୃଷ୍ଟି ନିମନ୍ତେ ଅନେକଗୁଡ଼ିଏ ବଳିଷ୍ଠ ଯୋଜନା ପ୍ରଣୟନ କରିଛନ୍ତି ।

ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଉଭୟ କ୍ଷାରି ଓ ମଧୁର ମାଛ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଛି । ଅଭିନବ ଓ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ମାଛ ଚାଷ ନିମନ୍ତେ ଚାଷୀଙ୍କୁ ପ୍ରୋସାହନ ଦିଆଯାଉଥିବା ଯୋଗୁଁ ଶିକ୍ଷିତ ଯୁବଗୋଷ୍ଠୀ ମାଛ ଚାଷ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଜଳଭଣ୍ଡାରଗୁଡ଼ିକରେ ପଞ୍ଜୁରୀ ଭିତରେ ମାଛ ଚାଷ, ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ, ପଲିଥିନ ଆସ୍ତରଣଯୁକ୍ତ ପୋଖରୀରେ ଚିଙ୍ଗୁଡ଼ି ଚାଷ, ପୁନଃ ସଞ୍ଚାଳନ ପ୍ରକ୍ରିୟାରେ ମାଛଚାଷ, ବର୍ଷ ସାରା ଉନ୍ନତ ଯାଆଁଳ ଉତ୍ପାଦନ ଇତ୍ୟାଦି କାର୍ଯ୍ୟକ୍ରମ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ସ୍ୱାବଲମ୍ବୀ ହେବାରେ ସହାୟକ ହୋଇପାରୁଛି । ମହିଳାଙ୍କ ସଶକ୍ତୀକରଣ ପାଇଁ ମିଶନ ଶକ୍ତି ସହାୟତାରେ ରାଜ୍ୟରେ ଥିବା ଗ୍ରାମ ପଞ୍ଚୟତ ପୋଖରୀଗୁଡ଼ିିକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ୍ ଦିଆଯାଇ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଗତ ତିନିବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୮୦୦୦ରୁ ଅଧିକ ମହିଳା ଗୋଷ୍ଠୀଙ୍କ ମାଧ୍ୟମରେ ସଫଳତାର ସହ ମଧୁରଜଳ ମାଛ ଚାଷ କରାଯାଇଛି ।

ମାତ୍ର ଦୁଃଖର କଥା, କ୍ଷାରି ଜଳ ମାଛ ଚାଷ ସେତେଟା ପ୍ରଭାବିତ ହୋଇନଥିବାବେଳେ ମଧୁର ଜଳ ମାଛ ଉତ୍ପାଦନ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ସେଥିପାଇଁ ଚିନ୍ତିତ । ବିଶେଷକରି ଓଡ଼ିଶାରେ ଏବେ ମହାନଦୀ, କୁଶଭଦ୍ରା, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଦେବୀ ଭଳି ଅଧିକାଂଶ ନଦୀରେ ପର୍ଯ୍ୟାପ୍ତ ଜଳ ନ ଥିବାରୁ ମଧୁର ମାଛ ବଂଶ ବୃଦ୍ଧି ସମ୍ଭବ ହେଉନାହିଁ । ଫଳରେ ମଧୁର ମାଛ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ ହେବ ବୋଲି ଆକଳନ କରାଯାଇଛି । ରିପୋର୍ଟ ମୁତାବକ ନଦୀଗୁଡ଼ିକରେ ମାଛ ବଂଶ ବୃଦ୍ଧି ପାଇଁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ଏବଂ ରାଷ୍ଟ୍ରୀୟ ମତ୍ସ୍ୟ ବିକାଶ ବୋର୍ଡ଼ (ଏନ୍‌ଏଫ୍‌ଡିବି) ବହୁ ପଦକ୍ଷେପ ନେଇଛନ୍ତି । ଉକ୍ତ ସଂସ୍ଥାର ଆର୍ôଥକ ସହାୟତାରେ ୨୦୨୧-୨୨ ଆର୍ôଥକ ବର୍ଷରେ କେବଳ ମହାନଦୀ ଓ ତା’ର ଶାଖା ନଦୀ ଗୁଡ଼ିକରେ ପ୍ରାୟ ୮,୫୦,୦୦୦ ମାଛ ଯାଆଁଳ ଛଡ଼ାଯାଇଥିଲା । ତଦନୁଯାୟୀ ମାଛ ଉତ୍ପାଦନ ବୃଦ୍ଧି ହେବା କଥା ।

ସେହିବର୍ଷ ମୌସୁମୀ ବର୍ଷା ଠିକ୍ ସତ୍ତ୍ୱେ ରାଜ୍ୟର ନଦୀମାନଙ୍କରେ ମତ୍ସ୍ୟ ଉତ୍ପାଦନ ଉତ୍ସାହ ଜନକ ନଥିଲା । ଏହାର ଏକ ଜିଲ୍ଲାୱାରୀ ତଥ୍ୟ ଦେଖିଲେ ତାହା ସ୍ପଷ୍ଟ ହୋଇଯିବ । ବାଲେଶ୍ୱର ଜିଲ୍ଲାରେ କେବଳ ନଦୀରୁ ୬୨ ଟନ୍ ମାଛ ଉତ୍ପାଦନ ହୋଇଥିବାବେଳେ ଭଦ୍ରକରେ ୩୦୩ ଟନ୍‌, କଟକରେ ୧୧୦୧ ଟନ୍‌, ଜଗତ୍‌ସିଂହପୁରରେ ୧୨୧୪ ଟନ୍‌, ଯାଜପୁରରେ ୧୦୫୭ ଟନ୍‌, କେନ୍ଦ୍ରାପଡ଼ାରେ ୧୦୪ଟନ,ଖୋର୍ଦ୍ଧାରେ ୧୦୭ ଟନ, ମୟୂରଭଞ୍ଜରେ ୧୦୬ ଟନ୍‌, ନୟାଗଡ଼ରେ ୨୨୩୦ ଟନ୍‌, ପୁରୀ ୧୨୭୮ ଟନ୍‌, ବୌଦ୍ଧ ୧୦୬୪ ଟନ୍‌, ଗଜପତିରେ ୧୧୪ ଟନ୍‌, ଗଞ୍ଜାମରେ ୧୦୦୩ ଟନ୍‌, କଳାହାଣ୍ଡିରେ ୩୭୫ ଟନ୍‌,କନ୍ଧମାଳରେ ୨୬୧ ଟନ୍‌, କୋରାପୁଟ୍‌ରେ ୩୩୭ ଟନ୍‌, ମାଲକାନଗିରି ୩୯୬ ଟନ୍‌, ନ୍ୱରଙ୍ଗପୁର ୨୩୭ ଟନ୍‌, ନୂଆପଡ଼ାରେ ୮୭ ଟନ୍ ଟନ୍‌, ରାୟଗଡ଼ା ୬୮୦, ଅନୁଗୁଳ ୭୫୬,ବଲାଙ୍ଗିରରେ ୨୧୯ ଟନ୍‌, ବରଗଡ଼ରେ ୩୯୦ ଟନ୍‌, ଢେଙ୍କାନାଳରେ ୩୯୯ ଟନ୍ ଓ ଝାରସୁଗୁଡାରେ ୧୬୧ ଟନ୍ ମାଛ ଉତ୍ପାଦନ ହୋଇଛି । ସେହିପରି କେନ୍ଦୁଝରରେ ୯୮ ଟନ୍‌, ସମ୍ବଲପୁରରେ ୮୯୦ ଟନ୍‌,ସୋନପୁରରେ ୯୫୨ଟନ୍‌, ସୁନ୍ଦରଗଡ଼ରେ ୬୪୬୪ ଟନ୍ ମାଛ ଉତ୍ପାଦନ ହୋଇଛି । ୩୦ ଜିଲ୍ଲା ମିଶି ସର୍ବମୋଟ୍ ୨୩,୩୮୫ ଟନ୍ ମାଛ ଉତ୍ପାଦନ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button